Masthead

ପଢ଼ନ୍ତୁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର ସଂକ୍ଷେପରେ…

(ବଡ଼ ଖବର ବ୍ୟୁରୋ) : -ସାରା ରାଜ୍ୟରେ ଶ୍ରୀକ୍ଷେତ୍ର ପୁରୀ ବ୍ୟତିତ ଅନ୍ୟ କେଉଁଠାରେ ହେବନି ଜଗନ୍ନାଥଙ୍କ ରଥଯାତ୍ରା କରୋନା କଟକଣା ଲାଗି ରାଜ୍ୟ ସରକାର ନେଇଛନ୍ତି ଏପରି ନିଷ୍ପତି । ମହାମାରି ଲାଗି ସାରା ବିଶ୍ୱ ପ୍ରଭାବିତ ହୋଇଥିଲା ବେଳେ ମହାବାହୁଙ୍କ ରିତିନିତି ବି ପ୍ରଭାବିତ ହୋଇଛି ।
-ଯାଜପୁର ବୈତରଣୀ ନଦୀ ଦଶ୍ୱାଶମେଧ ଘାଟ କୁଳରେ ଥିବା ଜଗନ୍ନାଥଙ୍କ ରଥ ଯାତ୍ରା ଲାଗି ରଥ ନିର୍ମାଣ ହୋଇନି କିନ୍ତୁ ରୀତିନିତି ପାଳନ ଲାଗି ମହାପ୍ରଭୁ ଶ୍ରୀ ମନ୍ଦିରରୁ ସ୍ନାନ ବେଦୀ ଆସିଛନ୍ତି ତାପରେ ପୁଣି ମନ୍ଦିର ଯିବେ ତାସହ ଗୁଣ୍ଡିଚା ବାହୁଡା ବି ମନ୍ଦିରରେ ପାଳନ ହେବ ।
-ଯାହାକୁ ନେଇ ଭକ୍ତଙ୍କ ମନରେ ନିରାଶା ଦେଖା ଦେଇଛି । ବୈତରଣୀ କୁଳରେ ଅବସ୍ଥିତ ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦିର । ଲକଡାଉନ ଲାଗି ମନ୍ଦିର ଦର୍ଶନ ଉପରେ ଲାଗିଛି କଟକଣା । ଆଉ କେତେଟା ଦିନପରେ ପ୍ରଭୁ ଜଗନ୍ନାଥ ମନ୍ଦିରରୁ ବାହାରି ଭକ୍ତଙ୍କୁ ବଡ ଦାଣ୍ଡରେ ରଥରେ ଦର୍ଶନ ଦେବାକଥା ।
-ଗତ ବର୍ଷ ଭଳି କୋଭିଡ କଟକଣାରେ ଚଳିତ ବର୍ଷ ଗଡବନି ରଥ । କେବଳ ଶୟନ ପୁର୍ଣ୍ଣମୀ ଲାଗି ଚତୁର୍ଦ୍ଧା ମୂର୍ତ୍ତୀ ମନ୍ଦିରରୁ ବହାରି ସ୍ନାନ ବେଦୀ ଆସିଛନ୍ତି । ଏହା ପରେ ଅଣସର ଘରେ ରହିବା ସହ ଗୁଣ୍ଡିଚା ଯାତ୍ରା ସହ ବାହୁଡା ଯାତ୍ରା ମନ୍ଦିରରେ ହେବ ।
-ବର୍ଷକରେ ଥରେ ପ୍ରଭୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ନଦେବା ରଥ ଯାତ୍ରା ବନ୍ଦକୁ ନେଇ ଦୁଃଖ କରିଛନ୍ତି ଶ୍ରଦ୍ଧାଳୁ । କିମ୍ବଦନ୍ତୀ ରହିଛି ଜବାନଙ୍କ ଓଡ଼ିଶା ଆକ୍ରମଣ ବେଳେ ବଡ଼ ଠାକୁରଙ୍କୁ ଏହି ଠାରେ ରଖାଯାଇଥିଲା ପରେ ଶ୍ରୀକ୍ଷେତ୍ରକୁ ସ୍ଥାନାନ୍ତର ହୋଇଥିଲେ ତିନି ଠାକୁର ।
-ଚଳିତ ବର୍ଷ କରୋନା ପ୍ରଭାବରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ରଥ ନିର୍ମାଣ ହୋଇନି । ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତି କୋଭିଡ କଟକଣା ଲାଗି ରଥଯାତ୍ରା ବନ୍ଦ ରହିବା କେବଳ ସାମାଜିକ ଦୂରତାରେ ସେବାୟତଙ୍କୁ ନେଇ ଗୁଣ୍ଡିଚା ଓ ବାହୁଡା ପର୍ବ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସକ କହିଛନ୍ତି ।
-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଭିଡ଼ିଓ କନଫରେସିଂ ମଧ୍ୟମରେ ଅକ୍ସିଜେନ ପ୍ଲାଣ୍ଟ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଶୁଭ ଉଦ୍ଦଘାଟନ ହୋଇଛି। ଏହି ସମାରୋହରେ ବିଜ୍ଞାନ ଓ ଜ୍ଞାନ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ, ବିଧାୟିକା ଓ ସାଂସଦ ଉପସ୍ଥିତ ଥୁଲେ ।
-ତୃତୀୟ ଲହର କରୋନାକୁ ଆଖି ଆଗରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ସତର୍କତା ଓ ସଚେତନା ଭଳି ଆଗୁଆ ପଦକ୍ଷେପ ନେଇଥିବା ମନ୍ତ୍ରୀ କହିଥିଲେ । ସେପଟେ ତୃତୀୟ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଥୁବା ଜିଲ୍ଲାପାଳ କହିଛନ୍ତି ।
-ସୋନପୁର ଜିଲ୍ଲା ସଂଗ୍ରାମପୁର ଗ୍ରାମପଞ୍ଚ।ୟତକୁ ମନରେଗା ଓ ଆବାସ ଯୋଜନାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଗ୍ରାମପଞ୍ଚକ୍ଷୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ବନ୍ଧ କାମ, ମନରେଗା ଓ ଆବାସ ଯୋଜନାର ତଦନ୍ତ ପାଇଁ ସୋନପୁର ପ୍ରକଳ୍ପ ନିର୍ଦ୍ଦେଶକ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ କାଗଜ ପତ୍ର ଯାଞ୍ଚ କରିଛନ୍ତି ଜ୍ଝ
-ତାସହ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ହୋଇଥିବା ବ୍ୟକ୍ତି ମାନଙ୍କୁ ପଚରାଉଚୁରା କରିସାରିବା ପରେ ସେମାନଙ୍କ ଘର ମାନଙ୍କୁ ଯାଇ ତଦାରଖ କରିଥିଲେ ଆଗକୁ ଯେମିତି ଏଭଳି ଗରିବ ନିରୀହ ବ୍ୟକ୍ତି ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ନେହେବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେ ଦେଖିବାକୁ ବାକି ରହିଲା ।
-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇସାହିର ଏକ ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତକ ଜଣକ ହେଲେ ଜେ. ଅନିତା।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ସୂଚନା ମୁତାବକ ଅନିତା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ।
-ସେ କିଛି ଦିନ ହେଲା ଲଣ୍ଡେଇସାହିରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ବନ୍ଦ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ଭଞ୍ଜନଗର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘର କବାଟ ଭାଙ୍ଗି ଦେଖିବା ବେଳକୁ ମୃତଦେହଟି ଶାଢ଼ୀରେ ବନ୍ଧା ଅବସ୍ଥାରେ ଫ୍ୟାନରେ ଝୁଲୁଛି।
-ମାର୍ଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରି ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ତେବେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବରିଡା ନିକଟସ୍ଥ ରାସ୍ତାରେ ଘଟିଛି ଏକ ଦୁର୍ଘଟଣା ଜ୍ଝରାସ୍ତା ପାର୍ଶ୍ଵରେ ଥିବା ଗଛକୁ ଧକା ଦେଇ ବାଇକ ଆରୋହୀଙ୍କ ସମେତ ପଛରେ ବସିଥିବା ବ୍ୟକ୍ତି ଆହତ ଜ୍ଝପାଇକପଡା ଗ୍ରାମର ବୁଲୁ ଡାକୁଆ ଏବଂ ବୁଗୁଡ଼ାର କାହ୍ନୁ ଡାକୁଆ ଏକ ବାଇକ ଯୋଗେ ବରିଡା ପଟୁ ବେଗୁନିଆପଡା ଅଭିମୁଖେ ଯାଉଥିଲେଜ୍ଝ
– ବରିଡା ପୋଖରୀ ସ୍ଥିତ ବାଙ୍କରେ ଭାରସ୍ୟାମ ହରାଇ ଏକ ଗଛକୁ ପିଟି ଦେଇଥିଲେ ଜ୍ଝ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ କୋଦଳା ଓ ପରେ ବ୍ରହ୍ମପୁର ପଠାଯାଇଥିବା ବେଳେ ବେଗୁନିଆପଡା ଫାଣ୍ଡି ଘଟଣା ସ୍ଥଳରେ ପଂହଁଚି ଗାଡିକୁ ଜବତ କରିଛି ଜ୍ଝ
-ଭୀଷ୍ମଗିରି ଗାଁ ମଝିରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ । ହତ୍ୟା ସନ୍ଦେହ । ମୃତକ ଜଣଙ୍କ ହେଲେ ଓଷାକୋଠି ସାହିର ସନ୍ତୋଷ ସେଠି । ସନ୍ତୋଷ ଗ୍ରାମର ଅଟା କଳ ରେ କାମ କରୁଥିଲେ । ସନ୍ତୋଷଙ୍କ ମୃତ ଦେହ ଗ୍ରାମର ନାଇକ ସାହିରେ ପଡିରହିଛି ।
-ଘଟଣା ସ୍ଥଳରେ ପୋଲିସ ପହଞ୍ଚିନଥିବା ବେଳେ ନାଈକ ସହି ପୁରୁଷ ଶୂନ୍ୟ ହୋଇଯାଇଥିବ ସୂଚନା ।ଏ ପଟେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ରହ୍ମପୁର ଏମ୍.କେ.ସି.ଜି କୁ ପଠାଇ ତଦନ୍ତ ଆରମ୍ଭ କରିଛି।
-ଭଦ୍ରକ ଜିଲ୍ଲା ଧାମ ନଗର ବ୍ଲକ ଫଳପୁର ଗାଁର ମା କଣ୍ଡିଆ ଶୁଣି ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ । ଏହା ୩ ଦିନ ଧରି ଅନୁଷ୍ଠିତ ହୋଇ ଆଜି କୋଭିଡି ନିୟମ ଅନୁଯାୟୀ ପୂର୍ଣ୍ଣାହୁତ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏହି ବିଶ୍ଵ ଶାନ୍ତି ମହାଯଜ୍ଞ ପ୍ରତ୍ୟେକ ବର୍ଷ ଚନ୍ଧନ ପୂର୍ଣ୍ଣମୀରେ ପାଳନ କରାଯାଏ ।
-ବାତ୍ୟାୟାଶ ପାଇଁ ସ୍ନାନ ପୂର୍ଣ୍ଣମୀରେ ପାଳନ କରାଯାଇଥିଲା ପ୍ରତ୍ୟେକ ବର୍ଷ ବହୁ ଭକ୍ତଙ୍କ ସମାବେଶ ହେଉଥିବା ବେଳେ ଏ ବର୍ଷ କୋଭିଡ଼ ନିୟମ ଅନୁଯାୟୀ କମ୍ ଭକ୍ତ ଦେଖିବାକୁ ମିଳିଥିଲା । ଏହି ବିଶ୍ଵ ଶାନ୍ତି ମହାଯଜ୍ଞ ୨୦ ବର୍ଷ ହେବ ମା କଣ୍ଡିଆ ଶୁଣି ପୀଠରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ପୀଠ ବୈତରଣୀ ନଦୀ କୂଳରେ ଅବସ୍ଥିତ ଜ୍ଝ
-ଏହି ପୀଠକୁ ମହର୍ଷି ବଟକୃଷ୍ଣ ଆଚାର୍ୟ୍ୟ ଜୟୀ ଗୁରୁ ଛୁଆ ବାବା ଜଗନ୍ନାଥ ପୀଠ ସ୍ଥାପନା କରିଥିଲେ ଏହି ପୀଠକୁ ଫଳପୁର ଗାଁ ମହାପାତ୍ର ସାହି ପତି ସାହି ପାଟୁଳି ଅର୍ଜ୍ଜନ ପୁର ମହାନ୍ତି ସାହିର ଲୋକ ମାନେ ସାହାଯ୍ୟ ସହଯୋଗ କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି 🔴 ଫରେଷ୍ଟରଙ୍କୁ ଗୁଳି କରି ପହତ୍ୟା 🔴 କାଳବୈଶାଖୀ ପାଇଁ ଆଲର୍ଟ 🔴 ଭିଜିଲାନ୍ସ ଜାଲରେ ପୋଲିସ ASI 🔴 ଆଜି ବସିବ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ 🔴 ଆତଙ୍କବାଦୀଙ୍କୁ ଉପଯୁକ୍ତ ଜବାବ ଦେଇଛି ଭାରତ : ଗୃହମନ୍ତ୍ରୀ ଅମିତ୍ ସାହା 🔴 ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ 🔴 ୮ ମାସର ସଂଘର୍ଷ…ରେକର୍ଡ କଲା ଶିକ୍ଷା…ଜଣେ ନୁହେଁ ସବୁରେ ବିଶ୍ୱାସ ରଖୁଥିବା ଶିକ୍ଷାର ସଫଳତା