ରାହୁଲଙ୍କୁ ‘ରାବଣ’ ଦର୍ଶାଇ ଫସିଲା ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବୁଧବାରଠୁ ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ କରିଚାଲିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ନିଜ ସୋସିଆଲ ମିଡିଆ ସ୍ପେଶଏକ୍ସରେ ଏକ ପୋଷ୍ଟର ପୋଷ୍ଟ କରିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖିବାକୁ ମିଳିଥିଲା । ପୋଷ୍ଟରେ ଲେଖାଯାଇଥିଲା ମୋଦୀ ହେଉଛନ୍ତି ଜୁମଲା ବୟ ବା ମିଛୁଆ ବ୍ୟକ୍ତି । ଗୁରୁବାର ସୋସିଆଲ ମିଡିଆରେ ବିଜେପି ଏକ ଫଟୋ ପୋଷ୍ଟ କରିଛି । ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଯାଇଛି ।

ଏହାକୁ ନେଇ ରାଜସ୍ଥାନର ରାଜଧାନୀ ଜୟପୁରରେ ଦଳ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ‘ରାବଣ’ ପୋଷ୍ଟର ଉପରେ ଆପତ୍ତି ଦର୍ଶାଇ ଜୟପୁରର ଓକିଲ ଜସୱନ୍ତ ଗୁରୁଜର ଏହି ଅଭିଯୋଗ କରିଛନ୍ତି। ଅପରପକ୍ଷେ ବିଜେପି ଟୁଇଟର ହ୍ୟାଣ୍ଡେଲରୁ ପ୍ରସ୍ତୁତ ଏହି ପୋଷ୍ଟକୁ ଦେଖି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟୁଇଟ୍‌ କରିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି, ଆପଣ ରାଜନୀତି ଏବଂ ବିତର୍କକୁ କେଉଁ ସ୍ତରରେ କେତେ ତଳକୁ ନେଇଯିବାକୁ ଚାହୁଁଛନ୍ତି? ଆପଣଙ୍କ ଦଳର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଉଥିବା ହିଂସାତ୍ମକ ଏବଂ ଉତ୍ତେଜନାମୂଳକ ଟୁଇଟ ସହିତ ଆପଣ ସହମତ କି? ବୋଲି ସେ ଲେଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’