Masthead

ପାସ କଲେ ଦାନ ମାଝୀଙ୍କ ଝିଅ, ଗାଁ ରେ ପ୍ରଥମ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଖୁସିରେ ଆତ୍ମବିଭୋର ଦାନ ମାଝୀ । କାହିଁକି ବା ନହେବେ । ଝିଅ ଯେତେବେଳେ  ମାଟ୍ରିକ୍ ପାସ୍ କରିଛି। ଗାଁ ଏବଂ ପରିବାର ପାଇଁ ଗୌରବ ଅର୍ଜନ କରିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ମେଲଘରାର ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ । ଚଳିତ ବର୍ଷ ୨୮୦ ମାର୍କ ରଖି ପାସ୍ କରିଛନ୍ତି ମାଟ୍ରିକ୍ । ଯାହା କି ଗାଁରେ ପ୍ରଥମ । କାରଣ ଆଜି ଯାଏଁ ମେଲଘରାର କୌଣସି ଝିଅ ମାଟ୍ରିକ୍ ପାସ୍ କରିନଥିଲେ । ତେଣୁ ଗର୍ବରେ ଦାନ କହୁଛନ୍ତି ଝିଅ ଜନ୍ମ କରି ବେଶ୍ ଖୁସି ।

ଚାନ୍ଦିନୀ ବି ଭାବପ୍ରବଣ ହୋଇଛନ୍ତି ପରୀକ୍ଷା ଫଳକୁ ନେଇ । କାରଣ ପାହାଡ଼ ଘେରା ଗାଁରେ ରହି ମାଟ୍ରିକ ପାସ୍ କରିବେ ବୋଲି ସେ ଆଶା କରିନଥିଲେ । ଏ ହେଉଛି ସେହି ଚାନ୍ଦିନୀ, ୨୦୧୬ରେ ଯିଏ ସରକାରୀ ବ୍ୟବସ୍ଥାର ଦେଖିଥିଲା ନଗ୍ନ ରୂପ । ବାପାଙ୍କ କାନ୍ଧରେ ଓହଳିଥିବା ମାର ଶବ କଡ଼େ କଡ଼େ ଏମିତି ବାଟ ଚାଲିଥିଲା ବାପା ସହ । ହାତରେ ଖଣ୍ଡେ ବ୍ୟାଗ୍ ଧରି ଲୁହ ଝରାଉଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା