Masthead

କାଲିଠୁ ରାଜଧାନୀରେ କୋହଳ ହେବ ଲକଡାଉନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଲକଡାଉନକୁ କୋହଳ କରାଯାଉଛି । ଦିଲ୍ଲୀରେ କ୍ରମାଗତ ଭାବେ ହ୍ରାସ ହେଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋହଳ କରିବାକୁ ନିଷ୍ପତ୍ତି ହୋଇଛି । ସୋମବାର ଠାରୁ ରାଜଧାନୀରେ ଖୋଲାଯିବ ଫିଟନେସ୍ ସେଣ୍ଟର, ଜିମ୍ ଏବଂ ଯୋଗ କେନ୍ଦ୍ର ।  ଭୋଜି ପାଇଁ ହଲ୍, ବିବାହ ହଲ୍, ହୋଟେଲରେ ବିବାହ କରିବାକୁ ଅନୁମତି ଦିଆଯିବ । ଅନ୍ତ୍ୟେଷ୍ଟିରେ ୨୦ ଜଣରୁ ଅଧିକ ଲୋକ ଯୋଗଦେବେ ନାହିଁ । ଅନଲକ୍-୫ ସମ୍ବନ୍ଧରେ ଶନିବାର ଜାରି କରାଯାଇଥିବା ସୂଚନା ଅନୁସାରେ ୫୦ ଜଣଙ୍କୁ ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ଦିଆଯାଇଛି ।

ଏହି ସମାରୋହ ପାଇଁ ଭୋଜି ହଲ୍, ବିବାହ ହଲ୍, ହୋଟେଲରେ ୫୦ ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି । ସେହି ସ୍ଥାନରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଜିମ୍, ଫିଟନେସ୍ ସେଣ୍ଟର, ଯୋଗ କେନ୍ଦ୍ର, ଯୋଗ ପ୍ରତିଷ୍ଠାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।

ଏହି ସମସ୍ତ କେନ୍ଦ୍ର ମଧ୍ୟ ସୋମବାର ଠାରୁ ଅଧା କ୍ଷମତା ସହିତ ଖୋଲିବ । ଯେଉଁମାନେ କୋଭିଡ ପ୍ରୋଟୋକଲ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସୋମବାର ସକାଳ ୫ ରୁ ଜୁଲାଇ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ସାମାଜିକ ଦୂରତା, ମାସ୍କ, ସହ ଅନ୍ୟ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ