Masthead

ବଞ୍ଚିଥିଲେ ୧୦୦ ବର୍ଷର ହୋଇଥାନ୍ତେ ଦେଶର ଏହି ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ପିଭି ନରସିହ୍ମା ରାଓଙ୍କ ୧୦୦ତମ ଜନ୍ମବାର୍ଷିକୀ । ୨୮ ଜୁନ୍ ୧୯୨୧ରେ ଏବେର ତେଲେଙ୍ଗାନାରେ ତାଙ୍କର ଜନ୍ମ ହୋଇଥିଲା । ଭାରତର ଅର୍ଥନୀତି ସୁଧାରକ ଭାବେ ତାଙ୍କୁ ସଦା ସ୍ମରଣ କରାଯାଏ । ୧୯୯୧ରୁ ୧୯୯୬ ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଦାୟିତ୍ୱ ନେବା ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥା କଷ୍ଟକର ସମୟ ଦେଇ ଗତି କରୁଥିଲା ।

ତାଙ୍କରି ସମୟରେ ଦେଶରେ ଆର୍ଥିକ ଉଦାରୀକରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଦେଶୀ ପୁଞ୍ଜି ପାଇଁ ଥିବା ପ୍ରତିବନ୍ଧକକୁ ସେ କୋହଳ କରିଥିଲେ । ସେ ହିଁ ମନମୋହନ ସିଂଙ୍କୁ ରାଜନୀତିକୁ ଆଣି ଦେଶର ଅର୍ଥମନ୍ତ୍ରୀର ଦାୟିତ୍ୱ ଦେଇଥିଲେ । କଂଗ୍ରେସର ନେତା ହୋଇଥିଲେ ବି ସବୁ ଦଳର ନେତା ତାଙ୍କୁ ଆଦର କରୁଥିଲେ । ତାଙ୍କ ଉଦ୍ୟମରେ ହିଁ ଦେଶର ଅର୍ଥନୀତି ଅଭିବୃଦ୍ଧି ଆଡକୁ ଗତି କରିଥିଲା । ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପାୟୀ ଓ ମନମୋହନ ସିଂ ଏହାକୁ ଆଗକୁ ବଢାଇଥିଲେ । ଦେଶ ପାଇଁ ତାଙ୍କର ଅନେକ ଅବଦାନ ଥିଲେ ମଧ୍ୟ ତାଙ୍କୁ ଯେଉଁ ସମ୍ମାନ ମିଳିବା କଥା, ସେହି ପରିମାଣରେ ମିଳିପାରି ନାହିଁ । ୨୩ ଡିସେମ୍ବର ୨୦୦୪ରେ ସେ ଆଖି ବୁଜିଥିଲେ ।

ତାଙ୍କ ମୃତ୍ୟୁ ବେଳେ ଦେଶରେ ତାଙ୍କରି ଦଳ କଂଗ୍ରେସ ସରକାରରେ ଥିଲା, ତାଙ୍କ ରାଜନୈତିକ ଶିଷ୍ୟ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ, ତଥାପି ସେ ସେହି ସମ୍ମାନରୁ ବଞ୍ଚିତ ହୋଇଥିଲେ, ଯାହାର ସେ ହକଦାର । ତେବେ ତାଙ୍କ କାର୍ଯ୍ୟ ପାଇଁ ଦେଶ ତାଙ୍କୁ ଜଣେ ମହାନ ପ୍ରଧାନମନ୍ତ୍ରୀ ଭାବେ ନିଶ୍ଚୟ ମନେ ରଖିବ । ୧୦୦ ତମ ଜନ୍ମବାର୍ଷିକୀ ଅବସରରେ ପିଭି ନରସିହ୍ମା ରାଓଙ୍କୁ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ