୧୫ ମିନିଟରେ ୩ଟି ଡୋଜ!

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଦେଶରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ଥାନେରୁ ଆସିଛି ଏକ ସାଂଘାତିକ ଖବର । ଜଣେ ମହିଳାଙ୍କୁ ମାତ୍ର ୧୫ ମିନିଟ ମଧ୍ୟରେ ଜଣେ ମହିଳାଙ୍କୁ ଦିଆଯାଇଛି କରୋନାର ୩ଟି ଡୋଜ । ତେବେ ମହିଳା ଜଣକ ଆଣିଥିବା ଏହି ଅଭିଯୋଗକୁ ମେଡିକାଲ କର୍ତ୍ତୁପକ୍ଷ ଖଣ୍ଡନ କରିଛି । ରିପୋର୍ଟ ମୁତାବକ ଯେଉଁ ମହିଳାଙ୍କୁ ଏହି ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ କହିଛନ୍ତି ମୁଁ ମୋ ପତ୍ନୀକୁ ଶୁକ୍ରବାର ଟିକା ଦେବା ପାଇଁ ଟିକାକରଣ କେନ୍ଦ୍ରକୁ ନେଇଥିଲି । ସେଠାରୁ ବାହାରି ମୋ ପତ୍ନୀ କହିଥିଲେ ଯେ, ତାଙ୍କୁ ତିନିଟି ଡୋଜ ଦିଆଯାଇଛି ।

ଏହାପରେ ଆମେ ଅଭିଯୋଗ କରିଥିଲୁ । କିନ୍ତୁ ପ୍ରଶାସନ ଏହି ଖବରକୁ ଖାରଜ କରିଛି । ଥାନେ ମ୍ୟୁନିସିପାଲ କର୍ପୋରେସନର ମେଡିକାଲ ସ୍ୱାସ୍ଥ୍ୟ ଡାକ୍ତର ଖୁସବୁ ତାୱରେ କହିଛନ୍ତି ଅଭିଯୋଗ କରିଥିବା ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବାକୁ ଏକ ମେଡିକାଲ ଟିମ ଯାଇଥିଲା । କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି । ତେବେ ଏହି ଘଟଣା ପାଇଁ ଏକ କମିଟି ଗଠନ କରି ଏହାର ଯାଞ୍ଚ କରିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’