Masthead

ଚନ୍ଦ୍ରାୟନ-୩ ମୁନ ମିଶନ ଫିରୋଜାବାଦର ଯୋଗଦାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦେଖୁଛି ସାରା ଜଗତ ଚନ୍ଦ୍ର ପଥରେ ଭାରତ । ସମ୍ଭବ କି ଜହ୍ନ ରାଇଜରେ ଜୀବନ ରହସ୍ୟ ଖୋଲିବ ଚନ୍ଦ୍ରଯାନ । ମନ୍ଦିର ମସଜିଦ ଗୀର୍ଜା ବିଜ୍ଞାନ ସଫଳତା ପାଇଁ ସାରା ଦେଶରେ ପୂଜା । ଯବେ ହୋଇଯିବ ସୂର୍ଯ୍ୟାସ୍ତ ଚନ୍ଦ୍ରରେ ଚମକିବ ଭାରତ । ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାରସିକ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡର ମଡ୍ୟୁଲ୍ ଅଗଷ୍ଟ ୨୩ (ଆଜି) ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ସମଗ୍ର ବିଶ୍ୱର ଆଖି ଏବେ ଭାରତ ଉପରେ ରହିଛି। ତେବେ ‘ଚନ୍ଦ୍ରଯାନ-୩’ର ସଫଳତା ପଛରେ ଫିରୋଜାବାଦର ଯୋଗଦାନ ରହିଛି। ଏହି ମିସନରେ ଧର୍ମେନ୍ଦ୍ର ପ୍ରତାପ ଯାଦବ ନାମକ ଏହି ଯୁବ ବୈଜ୍ଞାନିକ ଜଣକ ‘ଚନ୍ଦ୍ରଯାନ-୩’ର ଶୁଭାରମ୍ଭରେ ସାମିଲ୍‌ ରହିଥିଲେ।

ଉତ୍ତରପ୍ରଦେଶରର ଫିରୋଜାବାଦ ଜିଲ୍ଲାର ତୁଣ୍ଡଲା ସହରର ଏକ ଛୋଟ ଗାଁ ଟିକିରି ନିବାସୀ ଧର୍ମେନ୍ଦ୍ର ପ୍ରତାପ ଯାଦବ ଏହି ମିସନ୍‌ରେ ସାମିଲ୍‌ ଥିବା‌ ବେଳେ ତାଙ୍କ ଗ୍ରାମବାସୀମାନେ ମିସନର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି। ଧର୍ମେନ୍ଦ୍ର ପ୍ରତାପଙ୍କ ପିତାଙ୍କ ନାମ ଶମ୍ଭୁଦୟାଲ ଯାଦବ ଏବଂ ମାତାଙ୍କ ନାମ କମଲା। ତାଙ୍କ ପିତା ବୃତ୍ତି ଅନୁଯାୟୀ ଜଣେ କୃଷକ। ଧର୍ମେନ୍ଦ୍ର ନିଜେ ଫିରୋଜାବାଦର ବ୍ରଜରାଜ ସିଂ ଇଣ୍ଟର କଲେଜରୁ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ଏହାପରେ ସେ ହିନ୍ଦୁସ୍ତାନ କଲେଜ, ମଥୁରାରୁ ବି.ଟେକ୍ କରିଥିଲେ ଏବଂ ପରେ ଜଲନ୍ଦରରୁ ଏମ୍‌ଟେକ୍‌ ଅଧ୍ୟୟନ କରିଥିଲେ। ସେ ୨୦୧୧ ମସିହାରୁ ବାଙ୍ଗାଲୋରର ଇସ୍ରୋରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଆସୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ