Masthead

୨୦ ଜିଲ୍ଲାରୁ ହଟିଲା ସପ୍ତାହାନ୍ତ ସଟଡାଉନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୁଲାଇ ୧୬ ସକାଳ ୬ ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ କମିଥିବାରୁ କାଟେଗୋରୀ ଇକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ପୂର୍ବରୁ କାଟାଗୋରୀ ‘A’ ରେ ୧୭ ଟି ଜିଲ୍ଲା ଥିଲା। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସ୍ଥିତି ଦେଖି ଧିରେ ଧିରେ ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

କାଟେଗୋରୀ A ରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ। ୨୦ ଜିଲ୍ଲାରେ ସକାଳ ୬ ରୁ ସଂନ୍ଧ୍ୟା ୬ ଟା ଯାଏ ଦୋକାନ ଖୋଲିବ। ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ। ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ। ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ। ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାରେ ୬ ରୁ ୬ ଦୋକାନ ଖୋଲିବ ।  ତେବେ ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ । କାଟେଗୋରୀ B ରେ ସକାଳ ୬ ରୁ ଦିନ ୨ ଟା ଯାଏ ଦୋକାନ ଖୋଲିବ। କାଟେଗୋରୀ B ରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କଟକ ଆଦି ଜିଲ୍ଲା ରହିଛି।

୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ । ସବୁ ଦୋକାନ ସକାଳ ୬ ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି । କୋଭିଡ଼ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କାର୍ଯ୍ୟାନୁଷ୍ଠାନ ହେବ। ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି। ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାରଙ୍କ ଅନୁମତି । ଉଠା ଦୋକାନୀ ଦୋକାନ ଖୋଲିପାରିବେ, ଜିନିଷ ପାର୍ସଲ ଦେବେ । ତେବେ କାଟେଗୋରୀ B ରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ