Masthead

ଖଣି ଅଞ୍ଚଳରେ ସୁଧୁରୁନି ଆଦିବାସୀଙ୍କ ଜୀବନଶୈଳୀ, କୁପୋଷଣର ଶିକାର ହେଉଛନ୍ତି ଶିଶୁ

ଯୋଡ଼ା(ବଡ଼ ଖବର ବ୍ୟୁରୋ): ଖଣି ଖାଦାନ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲା ଆର୍ଥିକ ଦୃଷ୍ଟିରୁ ସବୁଠୁ ଆଗରେ ରହିଥିଲାବେଳେ, ସୁଧୁରୁନି ଖଣି ପ୍ରଭାବିତ ଅଞ୍ଚଳରେ ଆଦିବାସୀଙ୍କ ଅବସ୍ଥା । ମୂଲ ଲାଗି ଯାହା ରୋଜଗାର କରନ୍ତି ପରିବାର ପ୍ରତିପୋଷଣ କରିବା କାଠିକର ପାଠ । ଏମିତିରେ ନିତିଦିନିଆ ଖାଦ୍ୟରେ ପୋଷକତତ୍ତ୍ଵ ମିଳିବ ବା କେଉଁଠୁ ? ପୃଷ୍ଟିକର ଖାଦ୍ୟ ଅଭାବରୁ ଶିଶୁମାନଙ୍କର ମାନସିକ ଏବଂ ଶାରିରୀକ ବିକାଶ ହେଉନାହିଁ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ପିଢ଼ପୋଖରୀ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଗଣ୍ଡାକ ମିଳୁଛି ବୋଲି ଦି ଓଳି ଦି ମୁଠା ଭାତ ଟିକକ ଖାଇବାକୁ ପାଉଛନ୍ତି । ଯଦି ଚାଉଳ ସରିଯାଉଛି ତାହେଲେ ଅବସ୍ଥା ନକହିଲେ ଭଲ । କେମିତି ମା’ କୋଳରେ ସୁସ୍ଥ ଶିଶୁଟିଏ ଖେଳିବ ? କେମିତି ଦୂରହେବ କୁପୋଷଣ ? ମା’ କ୍ଷୀର ସହିତ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟର ଅଭାବ ଶିଶୁର ଗଠନ ଉପରେ ଏତେ ପ୍ରଭାବ ପକାଇଥାଏ ଯେ, ପୋଷକତତ୍ତ୍ଵ ଅଭାବରୁ ଆବଶ୍ୟକ ଅନୁଯାୟୀ ଶିଶୁର ମାନସିକ ଏବଂ ଶାରିରୀକ ବିକାଶ ହୋଇପାରେନାହିଁ ।

ଗାଁର ଅଭାବୀ ଆଦିବାସୀ ପରିବାର ଗୁଡ଼ିକ ନାହିଁ ନଥିବା ଅସୁବିଧା ଭିତରେ ଜୀବନ ବିତାଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡିଏ ନାହିଁ । ପାଖରେ ଖଣି ଖାଦାନ ଭରିହୋଇ ରହିଥିଲେ ବି ଲୋକଙ୍କୁ କାମ ମିଳୁନି । ଦାରିଦ୍ର୍ୟ ପ୍ରତିବନ୍ଧକ ଅତିକ୍ରମ କେବେ କରିବେ ଏମାନେ ? ଏଠାକାର ଅନେକ ଶିଶୁଙ୍କ ଅବସ୍ଥା ଏହିପରି ଦୁର୍ବଳ ଆଉ ରୋଗୀଣା । ଅଙ୍ଗନୱାଡିରୁ ମିଳୁଥିବା ଖାଦ୍ୟ ଖାଇବାପରେ ବି କାହିଁକି କୁପୋଷଣର ଶିକାର ହେଉଛନ୍ତି ଏମାନେ ?

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ବିନିଯୋଗ କରାଯାଇ ଗର୍ଭବତୀ ମହିଳାଙ୍କ ପାଇଁ ମା’ ଗୃହ ଏବଂ କୁପୋଷଣ ଶିଶୁଙ୍କ ପାଇଁ ପୃଷ୍ଟିକର ପୁନର୍ବାସ କେନ୍ଦ୍ର ବା ଏନଆରସି ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି । ତଥାପି ଜିଲ୍ଲାରେ ଅନେକ କୁପୋଷଣର ଶିକାର ଶିଶୁ ରହିଛନ୍ତି । ଯେଉଁମାନଙ୍କ ନିକଟକୁ ପ୍ରଶାସନ ପହଞ୍ଚି ପାରୁନାହିଁ । ସେପଟେ ପିଢ଼ପୋଖରୀ ଅଞ୍ଚଳରେ କୁପୋଷଣ ରହିଥିବା ମାନିଛନ୍ତି ଯୋଡ଼ା ବ୍ଲକ୍ ସିଡିପିଓ ସୁକାନ୍ତି ପାତ୍ର । ଖୁବଶୀଘ୍ର ସେ ଅଞ୍ଚଳରେ କୁପୋଷିତ ଶିଶୁମାନଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । କିନ୍ତୁ କାହିଁକି ଏଭଳି ସ୍ଥିତି ? କିଏ ଏଥିପାଇଁ ଦାୟୀ ? କେବେ ବଦଳିବ ସରଳ ଆଦିବାସୀଙ୍କ ଜୀବନଶୈଳୀ ? କେବେ ଦୂର ହେବ କୁପୋଷଣ, ଜବାବ ଦେବେକି ଜିଲ୍ଲା ପ୍ରଶାସନ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ