Masthead

ବ୍ୟାକଫୁଟକୁ କାହିଁକି ଗଲେ ପାଣ୍ଡିଆନ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କୁ ନେଇ ନିଷ୍ପତ୍ତି । ଆଗାମୀ ନିର୍ବାଚନରେ ଲଢିବେ ନାହିଁ ଭିକେ ପାଣ୍ଡିଆନ । ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ରମେଶ ଚନ୍ଦ୍ର ଚାଓ ପଟ୍ଟନାୟକ । ଚାଓ ପଟ୍ଟନାୟକ କହିଛନ୍ତି ଯାହା କାର୍ଯ୍ୟକାରିଣୀରେ ପାଣ୍ଡିଆନ ଘୋଷଣା କଲେ ସେ ଇଲେକ୍ସନ ଲଢିବେ ନାହିଁ, ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହିବେ ଓ ଲୋକଙ୍କ ସେବା କରିବେ । ପାଣ୍ଡିଆନ ଖୁବ ପାୱାର ଫୁଲ । ତାଙ୍କର ନିଷ୍ପତ୍ତିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ବିଜେଡି ଆସିବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ମୁଭ କଣ ହେବ ତାକୁ ନେଇ ମଧ୍ୟ ଅନେକ ସମୟରେ ଆଲୋଚନା ହୁଏ । ଏବେ ଏକଥା ଚର୍ଚ୍ଚା ହେଉଥିଲା ଯଦି ପାଣ୍ଡିଆନ ଲଢିବେ ତେବେ କେଉଁଠୁ ଲଢିବେ? ଧର୍ମଗଡ଼ରୁ ଲଢିବେ କି? ଏ ଚର୍ଚ୍ଚା ବି ହେଉଥିଲା । କିନ୍ତୁ ଏ ସବୁ ଭିତରେ ରମେଶ ଚାଓ ପଟ୍ଟନାୟକ କହିଛନ୍ତି ପାଣ୍ଡିଆନ କେଉଁଠୁ ଲଢିବେ ନାହିଁ ବୋଲି ନିଜେ ନିଷ୍ପତ୍ତି ନେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ପାଣ୍ଡିଆନ ବ୍ୟାକଫୁଟକୁ କାହିଁକି ଗଲେ । କାହିଁକି ନିର୍ବାଚନ ଲଢିବା ପ୍ରସଙ୍ଗରୁ ଓହରିଲେ । ୟେ ପାଣ୍ଡିଆନଙ୍କର କିମ୍ବା ବିଜୁ ଜନତା ଦଳ କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ରାଜନୈତିକ ରଣକୌଶଳ କି? ପାଣ୍ଡିଆନଙ୍କୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି । ବିଶେଷ କରି ସେ ଅଣଓଡ଼ିଆ ବୋଲି ଅନେକ ସମୟରେ ବିରୋଧୀଙ୍କୁ ମୌକା ମିଳିଯାଉଛି । ତେଣୁ ପାଣ୍ଡିଆନ ନିର୍ବାଚନ ଲଢିଲେ ଓଡ଼ିଆ ଅଣଓଡ଼ିଆ ଫିଲିଙ୍ଗସରେ ବିଜୁ ଜନତା ଦଳକୁ କ୍ଷତି ହେବ ବୋଲି ଦଳ ଅନୁଭବ କଲା କି? କିମ୍ବା ପାଣ୍ଡିଆନ ସବୁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଇ ଦଳକୁ ଜିତାଇବାର କାମ କରିବେ, ଜିତିକି ଆସିଲା ପରେ କେଉଁ ଗୋଟେ ଉପନିର୍ବାଚନରୁ ଜିତିକି ଆସିବେ ଏଭଳି ବିଜେଡି ମନରେ ପ୍ଲାନ ନିଶ୍ଚିତ ଭାବେ ଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।

ଏହାରି ଭିତରେ ପୂର୍ବତନ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । କାହିଁକି ଇଲେକ୍ସନ ଲଢିବାକୁ ପଛାଇଲେ ପାଣ୍ଡିଆନ । ପାଣ୍ଡିଆନଙ୍କ ପ୍ଲାନ ପଛରେ କଣ ରହିଛି ରହସ୍ୟ । ଏସବୁ ଉପରେ ଚର୍ଚ୍ଚା ଆଲୋଚନା ଜାରି ରହିଛି । ତେବେ ପାଣ୍ଡିଆନ ନିର୍ବାଚନ ଲଢିବା ନ ଲଢିବାକୁ ବିରୋଧୀ କିଭଳି ଗ୍ରହଣ କରୁଛନ୍ତି ସବୁଠୁ ବଡ଼ କଥା ହେଉଛି ଭୋଟର କିଭଳି ଗ୍ରହଣ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି