ଡାକ୍ତର ଦିବସରେ ଆତ୍ମହତ୍ୟା କଲେ ଡାକ୍ତର ଦମ୍ପତି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଆଜି ଡାକ୍ତର ଦିବସରେ ଆସିଛି ଏକ ଦୁଃଖଦ ଖବର । ମହାରାଷ୍ଟ୍ରର ପୁନେରେ ଜଣେ ଡାକ୍ତର ଦମ୍ପତି ଆଜି ଆତ୍ମହତ୍ୟା କରିଛନ୍ତି । ପୁନେର ଆଜାଦ ନଗରରେ ଏହି ଦମ୍ପତି ରୁହନ୍ତି । ତାଙ୍କ ମଧ୍ୟରେ ସବୁବେଳେ ବିବାଦ ଲାଗିରୁହେ । ବିବାଦକୁ ନେଇ ପ୍ରଥମେ ସ୍ତ୍ରୀ ଓ ପରେ ସ୍ୱାମୀ ଆତ୍ମହତ୍ୟା କରିଥିଲେ । ତେବେ ଏହି ଡାକ୍ତର ଦମ୍ପତିଙ୍କ ନାଁ ଅଙ୍କିତା ନିଖିଲ ଶେଣ୍ଡକର ଓ ନିଖିଲ ଦତ୍ତାତ୍ରେୟା ଶେଣ୍ଡକର ହୋଇଥିବା ଜଣାପଡ଼ିଛି ।

ଗତ କାଲି ରାତିରେ ଘରକୁ ଫେରିବା ସମୟରେ ସେମାନଙ୍କ ଝଗଡ଼ା ଭୀଷଣ ରୂପ ନେଇଥିଲା । ନିଖିଲ ରାତି ୮ଟା ବେଳକୁ ପହଞ୍ଚିବା ବେଳକୁ ଅଙ୍କିତା ଆତ୍ମହତ୍ୟା କରିସାରିଥିଲେ । ତେବେ ଏହାକୁ ସହି ନ ପାରି ନିଖିଲ ମଧ୍ୟ ଆତ୍ମହତ୍ୟା କରିଥିଲେ । ତେବେ ଏହି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’