Masthead

ନିଆଁ ଲଗାଇଲେ ଜାନକୀଙ୍କ ଜ୍ୱାଇଁ, ଘିଅ ଢାଳିଲେ ମହତାବଙ୍କ ପୁଅ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ଶୈଳୀ ଉପରେ ବରିଷ୍ଠ ନେତା ଉଠାଇଛନ୍ତି ପ୍ରଶ୍ନ । ବିଧାୟକ ସୌମ୍ୟ ରଞ୍ଜନ ସିଧା ବାଣ ମାରିଥିବା ବେଳେ, ବୁଲେଇ ବଙ୍କେଇ ଆଟାକ କରିଛନ୍ତି ସାଂସଦ ଭର୍ତ୍ତୁହରି ମହତାବ । ଜୁନିଅର ମହତାବ ପ୍ରଶ୍ନ ପଚାରିଛନ୍ତି ଦଳରେ ଭିନ୍ନ ମତ କ’ଣ ନେତା ବିରୋଧୀ? ଏହି ପ୍ରଶ୍ନ କାହାପାଇଁ ସେ ଲେଖି ନ ଥିଲେ ବି କାହା ଉଦ୍ଦେଶ୍ୟରେ ତାହା କାହାକୁ ଅଛପା ନାହିଁ । ହରଡ଼ଘଣାରେ ବିଜୁ ନନ୍ଦନ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଦଳ ପରିଚାଳନା ଉପରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା । ଜାନକୀଙ୍କ ଜ୍ୱାଇଁ ସୌମ୍ୟରଞ୍ଜନ ନିଆଁ ଲଗାଇଥିବା ବେଳେ ଏବେ ସେଥିରେ ଘିଅ ଢାଳିଛନ୍ତି ମହତାବଙ୍କ ପୁଅ ଭର୍ତ୍ତୁହରି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ୩ଦିନ ତଳେ ନିଜର ସ୍ତମ୍ଭ ଆମ ଘର ହାଲଚାଲରେ ନବୀନଙ୍କ କାର୍ଯ୍ୟଶୈଳୀକୁ ନେଇ ଟିକା ଟିପ୍ପଣୀ କରିଥିଲେ ।

 

ନବୀନ କର୍ମୀ ଓ ଜନଗଣଙ୍କ ଗହଳିକୁ ପସନ୍ଦ କରନ୍ତିନାହିଁ, ହାତ ଗଣତି ଅନୁଗାମୀ ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରନ୍ତି ବୋଲି କହିଥିଲେ । ଏବେ ବୁଲେଇ ବଙ୍କେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ନିଜର ସ୍ତମ୍ଭ ଧ୍ୱନିପ୍ରତିଧ୍ୱନିରେ କାହାରି ନାଁ ନ ନେଇ ସଙ୍ଗୀନ କଥା ଗୁଡ଼ିକ ଲେଖିଦେଇଛନ୍ତି । ଭର୍ତ୍ତୃହରିଙ୍କ ସ୍ତମ୍ଭର ଶୀର୍ଷକ ହେଉଛି, ଦଳରେ ଭିନ୍ନ ମତ କ’ଣ ନେତା ବିରୋଧୀ? ଆଉ ଭିତରେ ଲେଖିଛନ୍ତି ଅଧିକାଂଶ ରାଜନୈତିକ ଦଳ ଗୁଡ଼ିକ ଜଣେ ଜଣେ ନେତା ସର୍ବସ୍ୱ, ଏକକ ମାଲିକାନା କମ୍ପାନୀ ଭଳି କାର୍ଯ୍ୟ କରୁଛନ୍ତି । କମ୍ପାନୀ ମାଲିକ ଯେଭଳି ନିଜ ଅନୁଗତ କିଛି ମ୍ୟାନେଜର, ଗୁମାସ୍ତା ରଖି ପରିଚାଳନା କରେ ସେହିପରି ଦଳ ଗୁଡ଼ିକ ଚାଲିଛି । ଭର୍ତ୍ତୃହରି ଏକଥା କାହା ପାଇଁ ଲେଖିଛନ୍ତି ତାହା ତ କହିନାହାନ୍ତି କିନ୍ତୁ ସୌମ୍ୟ ଓ ତାଙ୍କ କଥା ଭିତରେ ଅନେକ କଥା ଏକା ଥିବା ଭଳି ଲାଗୁଛି ।

 

ଭର୍ତ୍ତୃହରି ଏଇଠି ଅଟକି ନାହାନ୍ତି ସେ ଏକଥା ବି ଲେଖିଛନ୍ତି କେଉଁଠି କେହି ସେ ଦଳର ନିର୍ବାଚିତ ପ୍ରତିନିଧି ଯଦି ଭିନ୍ନ ମତ ପ୍ରକାଶ କରିଦେଲା ତେବେ ସଂକୀର୍ତ୍ତନିଆ ଦଳ ମିଶି ଏପରି ରୋଳା କରୁଛନ୍ତି ଯେପରି କି ସେ ଘୋର ପାପ କରିପକାଇଛି । ଏଇଠି ଆମେ କହିରଖିବା ପାଇଁ ଚାହିଁବୁ ପୂର୍ବରୁ ମଧ୍ୟ ଧ୍ୱନି ପ୍ରତିଧ୍ୱନି ସ୍ତମ୍ଭରେ ଭର୍ତ୍ତୃହରି ନିଜ ଦଳ ଓ ସରକାରଙ୍କ ନୀତି ଉପରେ ଗଠନମୂଳକ ପ୍ରଶ୍ନ ଉଠାଇବାକୁ ପଛାଇନାହାନ୍ତି । କଟକର ସାଂସଦ ହୋଇଥିଲେ ମଧ୍ୟ, କଟକର ଉନ୍ନତିରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଉନଥିବା କହିବାକୁ ପଛାଇ ନ ଥିଲେ । ଯେଉଁଥି ପାଇଁ ଦଳର କିଛି ନେତାଙ୍କଠାରୁ ତାଙ୍କୁ କାଉଣ୍ଟର ମନ୍ତବ୍ୟ ବି ଶୁଣିବାକୁ ପଡ଼ିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା