Masthead

ରଥରେ ନର ବିରାଳରୁ ମୁହାଁମୁହିଁ

ପୁରୀ (ବଡ଼ ଖବର ବ୍ୟୁରୋ): ଶାସ୍ତ୍ର ଅନୁମୋଦିତ ରଥ ନିର୍ମାଣ ପ୍ରକ୍ରିୟା । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ତିଆରି ହେଉଛି ତିନି ରଥ । ରଥରେ ନର ବିରାଳ ରୂପ କରାଯିବାକୁ ନେଇ ସୋମବାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାକୁ ନେଇ ରଥଖଳାରେ ରୂପକାର ଓ ବିଶ୍ୱକର୍ମା ମୁହାଁମୁହିଁ ହୋଇଛନ୍ତି । ଏଭଳି ପ୍ରତିମୂର୍ତ୍ତି ଲାଗିବାରେ ରଥ ନିର୍ମାଣ ପରମ୍ପରା ଭଙ୍ଗ ହୋଇଥିବା ଅଭିଯୋଗ କରିଛନ୍ତି ବିଶ୍ୱକର୍ମା । ରୂପକାରମାନେ ଏହାକୁ ଖଣ୍ଡନ କରିଛନ୍ତି ।

ରଥ ଦାଣ୍ଡରେ ଲାଗିଛି ଅଂଶୁଆରୀ କିମ୍ବା ପଟାଗୁଜ । ବିଶ୍ୱକର୍ମାଙ୍କ ଭାଷାରେ ଅଂଶୁଆରୀ ଓ ରୂପକାର କୁହନ୍ତି ପଟାଗୁଜ । ସେଥିରେ ନିର୍ମାଣ ହୋଇଛି ନର ବିରାଳ ପ୍ରତିମୂର୍ତ୍ତି । ମନୁଷ୍ୟ ମୁହଁ ପଶୁର ଶରୀର । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୧୬ ଟି ଲେଖାଏଁ ଓ ଦେବଦଳନ ରଥରେ ୮ଟି ପଟାଗୁଜ ରହିଛି । ପଟାଗୁଜରେ ରୂପକାର ଖୋଦେଇ କରିବାପରେ ଚିତ୍ରକାର ଏହାକୁ ରଙ୍ଗ ଦେଇଛନ୍ତି । ଏହା ରଥରେ ଲାଗିବା ପରେ ବିଶ୍ୱକର୍ମା ଏନେଇ ଆପତ୍ତି ଉଠାଇଥିଲେ ।

ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ନର ବିରାଳ ରଥରେ ଲାଗିବା ଆମେ ଆଦୌ ଦେଖି ନାହୁଁ । ଏପରିକି ଆମ ଠାରୁ ଅଧିକ ବର୍ଷ କାମ କରିଥିବା ନିର୍ମାଣକାରୀଙ୍କ ମଧ୍ୟ ଏହି ମତ । ଚଳିତ ବର୍ଷ ନୂଆ କରି ଏଭଳି ପ୍ରତିମୂର୍ତ୍ତି ଲାଗିଛି । ଯାହାକି ରଥନିର୍ମାଣ ପରମ୍ପରାର ଉଲ୍ଲଂଘନ ହୋଇଛି । ରୂପକାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହାକୁ ଖଣ୍ଡନ କରି କୁହନ୍ତି ନର ବରାଳ ଆମେ ପ୍ରତି ବର୍ଷ କରୁ । ଏଥିରେ ନିର୍ମାଣ ପରମ୍ପରାରେ କୌଣସି ସମସ୍ୟା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା