Masthead

ଓଟିଟି ଓ ସୋସିଆଲ ମିଡିଆ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡ଼ିଆ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ । ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ କଡ଼ା ନିୟମ । ସାମାଜିକ ଗଣମାଧ୍ୟମ ପାଇଁ ଆସିଲା କେନ୍ଦ୍ରର ନୂଆ ଗାଇଡଲାଇନ । ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଫେସବୁକ, ଟ୍ୱିଟର, ନେଟଫ୍ଲିକ୍ସ, ଇନଷ୍ଟାଗ୍ରାମ ଆଦି ସମସ୍ତ ସୋସିଆଲ ମିଡ଼ିଆ ପାଇଁ ଆସିଛି କଡା ନିୟମ । ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା କରିବେ । ୨୪ ଘଣ୍ଟା ମଧ୍ୟରେ ହଟିବ ଅଶ୍ଳିଳ ଭିଡ଼ିଓ । ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କଡ଼ା ନିର୍ଦ୍ଧେଶ ଦିଆଯାଇଛି । ଏହାସହିତ କୌଣସି ସନ୍ଦିଗ୍ଧ ଟ୍ୱିଟ୍ ବା ମେସେଜ୍ ଆସିଲେ ସ୍ରଷ୍ଟାର ତଥ୍ୟ ଦେବାକୁ ପଡ଼ିବ । ଓଟିଟି ପ୍ଲାଟଫର୍ମ ସୂଚନା ପସାରଣ ମନ୍ତ୍ରାଳୟ ଅଧିନକୁ ଆସିବ ଏବଂ ଓଟିଟି ପାଇଁ ସେଲ୍ଫ କ୍ଲାସିଫିକେସନ ବ୍ୟବସ୍ଥା ମଧ୍ୟ ରହିବ । ଫେକ୍ ନ୍ୟୁଜ୍ ଉପରେ ୩ଟି ସ୍ତରରେ ନଜର ରଖାଯିବ । ଅଭିଯୋଗ ଆସିଲେ ୧୫ ଦିନକ ଭିତରେ ସମାଧାନ ହେବା ଜରୁରୀ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ଅନ୍ୟପଟେ ଅନେକ ଆତଙ୍କବାଦୀ ସଂଙ୍ଗଠନ ଏହି ସୋସିଆଲ ମିଡ଼ିଆକୁ ବ୍ୟବହାର କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆମକୁ ସର୍ତକ ରହିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ନିୟମ ପାଳନକୁ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ସଂସ୍ଥା ମୁଖ୍ୟ ଅଧିକାରୀ ନିଯୁକ୍ତ କରିବେ । ପ୍ରତି ମାସରେ ଅଭିଯୋଗ ଓ ସମାଧାନର ବିବରଣୀ ଦେବେ ଅଧିକାରୀ । ଏହା ସହିତ ଆବାସିକ ଅଭିଯୋଗ ଅଧିକାରୀ ଓ ନୋଡାଲ ଅଧିକାରୀ ମଧ୍ୟ ନିଯୁକ୍ତ ହେବେ । ଆସନ୍ତା ୩ ମାସ ମଧ୍ୟରେ କଡ଼ାକଡ଼ି ଭାବେ ଲାଗୁ ହେବ ନୂଆ ନିୟମ । ନିୟମ ଖିଲାପ କଲେ ଅତିକମ୍ରେ ୫ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି । ଦେଶରେ ସର୍ବପ୍ରଥମେ କିଏ ଦୋଷ କଲେ ତାହା ଜଣାଇବାକୁ ପଡ଼ିବ । ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ସେ କହିଛନ୍ତି । ଗୁଜବ ପ୍ରଚାର କରିବା ଡିଜିଟାଲ ମିଡିଆ ପୋର୍ଟାଲର ସ୍ୱାଧିନତା ନୁହେଁ । ଭାରତରେ ୫୩ କୋଟି ଲୋକ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ୟୁଟ୍ୟୁବ୍ ବ୍ୟବହାର କରନ୍ତି ୪୪.୮ କୋଟି ଭାରତୀୟ । ସେହିପରି ଫେସବୁକରେ ୪୧ କୋଟି, ଇନଷ୍ଟାଗ୍ରାମରେ ୨୧ କୋଟି ବ୍ୟବହାରକାରୀ ରହିଛନ୍ତି । ଅନ୍ୟପଟେ ଟ୍ୱିଟର ବ୍ୟବହାର କରନ୍ତି ୧ କୋଟି ୪୫ ଲକ୍ଷ ଭାରତୀୟ । କୌଣସି ଆପତ୍ତିଜନକ କଣ୍ଟେଣ୍ଟ ଥିଲେ ଏହାକୁ ୨୪ ଘଣ୍ଟା ମଧ୍ୟରେ ଅପସାରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଶେଷ କରି ଛୋଟ ପିଲାମାନଙ୍କୁ ଏହି ସୋସିଆଲ ମିଡ଼ିଆ ଅପବ୍ୟବହାରରୁୁ କିପରି ଦୁରେଇ ରହିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ପୂର୍ବରୁ ସୋସିଆଲ ମିଡ଼ିଆ ଓ ଓଟିଟି ପ୍ଲାଟଫର୍ମରେ ଥିବା କଟକଣାକୁ ବର୍ତମାନ କଡ଼ାକଡ଼ି କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ