Masthead

ଆସିଗଲାଣି ତୃତୀୟ ଲହର ମତ ଦେଲେ ବିଶିଷ୍ଟ ବିଶେଷଜ୍ଞ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସିଗଲାଣି ତୃତୀୟ ଲହର । ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି କରୋନାର ତୃତୀୟ ଲହର । କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦାବି କଲେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟର ପ୍ରୋ ଭାଇସ୍ ଚାନ୍ସେଲର ଥିବା ଜଣେ ବରିଷ୍ଠ ଭୌତିକଶାସ୍ତ୍ରୀ। ସେ କରୋନା ଜନିତ ଦୈନିକ ମୃତ୍ୟୁ ହାରକୁ ନେଇ ରିସର୍ଚ କରି ଏଭଳି ଦାବି କରିଛନ୍ତି। ଦେଶରେ ଗତ ୪୬୩ ଦିନ ମଧ୍ୟରେ ହୋଇଥିବା ସଂକ୍ରମଣ ମାମଲା ଓ ମୃତ୍ୟୁ ସଂଖ୍ୟାକୁ ନେଇ ଅଧ୍ୟୟନ କରିଥିବା ଡଃ ବିପିନ ଶ୍ରୀବାସ୍ତବ କହିଛନ୍ତି ଯେ, ଜୁଲାଇ ୪ରୁ ଦେଶରେ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇସାରିଛି।

ଶ୍ରୀବାସ୍ତବ ୨୪ ଘଣ୍ଟା ଅବଧିରେ ସଂକ୍ରମଣର ମୃତ୍ୟୁ ସଂଖ୍ୟା ଏବଂ ସମାନ ଅବସ୍ଥାରେ ଚିକିତ୍ସିତ ହେଉଥିବା ନୂତନ ରୋଗୀଙ୍କ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବରେ ଗଣନା କରି ଏହାର ନାମ ଡିଡିଏଲ ରଖିଥିଲେ। ସେ କହିଛନ୍ତି ଯେ, ‘ଫେବୃଆରୀର ପ୍ରଥମ ସପ୍ତାହ ଶେଷରୁ ଡିଡିଏଲରେ ଏହି ଅସ୍ଥିରତା ଆମେ ଦେଖିଛୁ। ସେହି ସମୟରେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ୧୦୦ କିମ୍ବା ତା’ଠାରୁ କମ୍ କ୍ରମରେ ଥିଲା । କିନ୍ତୁ ପରେ ପରିସ୍ଥିତି ଭୟଙ୍କର ହୋଇଗଲା। ସମାନ ଧରଣର ସ୍ଥିତି ଜୁଲାଇ ୪ ରୁ ଦେଖିବାକୁ ମିଳିଛି। ସେ ପୁଣି କହିଛନ୍ତି ଯେ, ଦ୍ଵିତୀୟ ଲହରୀରେ କରୋନାର ଭୟାବହ ରୂପ ଦେଖିବା ପରେ ସାଧାରଣ ଲୋକ ଓ ପ୍ରଶାସନକୁ ଅଧିକ ସାବଧାନତା ରକ୍ଷା କରିବା ଉଚିତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ