ଆସିଗଲାଣି ତୃତୀୟ ଲହର ମତ ଦେଲେ ବିଶିଷ୍ଟ ବିଶେଷଜ୍ଞ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସିଗଲାଣି ତୃତୀୟ ଲହର । ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି କରୋନାର ତୃତୀୟ ଲହର । କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦାବି କଲେ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟର ପ୍ରୋ ଭାଇସ୍ ଚାନ୍ସେଲର ଥିବା ଜଣେ ବରିଷ୍ଠ ଭୌତିକଶାସ୍ତ୍ରୀ। ସେ କରୋନା ଜନିତ ଦୈନିକ ମୃତ୍ୟୁ ହାରକୁ ନେଇ ରିସର୍ଚ କରି ଏଭଳି ଦାବି କରିଛନ୍ତି। ଦେଶରେ ଗତ ୪୬୩ ଦିନ ମଧ୍ୟରେ ହୋଇଥିବା ସଂକ୍ରମଣ ମାମଲା ଓ ମୃତ୍ୟୁ ସଂଖ୍ୟାକୁ ନେଇ ଅଧ୍ୟୟନ କରିଥିବା ଡଃ ବିପିନ ଶ୍ରୀବାସ୍ତବ କହିଛନ୍ତି ଯେ, ଜୁଲାଇ ୪ରୁ ଦେଶରେ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇସାରିଛି।

ଶ୍ରୀବାସ୍ତବ ୨୪ ଘଣ୍ଟା ଅବଧିରେ ସଂକ୍ରମଣର ମୃତ୍ୟୁ ସଂଖ୍ୟା ଏବଂ ସମାନ ଅବସ୍ଥାରେ ଚିକିତ୍ସିତ ହେଉଥିବା ନୂତନ ରୋଗୀଙ୍କ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବରେ ଗଣନା କରି ଏହାର ନାମ ଡିଡିଏଲ ରଖିଥିଲେ। ସେ କହିଛନ୍ତି ଯେ, ‘ଫେବୃଆରୀର ପ୍ରଥମ ସପ୍ତାହ ଶେଷରୁ ଡିଡିଏଲରେ ଏହି ଅସ୍ଥିରତା ଆମେ ଦେଖିଛୁ। ସେହି ସମୟରେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ୧୦୦ କିମ୍ବା ତା’ଠାରୁ କମ୍ କ୍ରମରେ ଥିଲା । କିନ୍ତୁ ପରେ ପରିସ୍ଥିତି ଭୟଙ୍କର ହୋଇଗଲା। ସମାନ ଧରଣର ସ୍ଥିତି ଜୁଲାଇ ୪ ରୁ ଦେଖିବାକୁ ମିଳିଛି। ସେ ପୁଣି କହିଛନ୍ତି ଯେ, ଦ୍ଵିତୀୟ ଲହରୀରେ କରୋନାର ଭୟାବହ ରୂପ ଦେଖିବା ପରେ ସାଧାରଣ ଲୋକ ଓ ପ୍ରଶାସନକୁ ଅଧିକ ସାବଧାନତା ରକ୍ଷା କରିବା ଉଚିତ୍।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ