Masthead

ଚୋକ୍ସିକୁ ମିଳିଲା ଜାମିନ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମେହୁଲ ଚୋକ୍ସିକୁ ଜାମିନ। ଦେଶର ଅନ୍ୟତମ ପଳାତକ ତଥା ବ୍ୟାଙ୍କ ଋଣ ଜାଲିଆତି ମାମଳାର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍ସିକୁ ଜାମିନ ମିଳିଛି। ମେ ୨୩ରୁ ଡୋମିନିକା ଗିରଫ ହୋଇ ଜେଲରେ ଥିଲା ମେହୁଲ। ତେବେ ସ୍ଵାସ୍ଥ୍ୟଗତ କାରଣରୁ ତାଙ୍କୁ କୋର୍ଟ ଜାମିନ ଦେଇଥିବା ଜଣାପଡ଼ିଛି। ତେବେ ଜାମିନ ମିଳିଥିବା କାରଣରୁ ସେ ଏବେ ପଡ଼ୋଶୀ ଦେଶ ଆଣ୍ଟିଗୁଆ ବରମୁଡ଼ା ଯାଇପାରିବ।

ଭାରତରୁ ଫେରାର ହେବା ପରେ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲା ଚୋକ୍ସି। କିଛି ଦିନ ତଳେ ସେ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ତାକୁ ଗିରଫ କରାଯାଇଥିଲା। ସେ ଗିରଫ ହେବା ପରେ ଭାରତର ଗୋଟିଏ ଟିମ୍‌ ସେଠାକୁ ଯାଇଥିଲା। ଚୋକ୍ସିକୁ ସେଠାରୁ ଭାରତ ଆଣିବାକୁ ଟିମ୍‌ ପକ୍ଷରୁ ଚେଷ୍ଟା କରାଯାଇଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା।

ତେବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ପ୍ରାୟ ୧୪ ହଜାର କୋଟି ଋଣ ଜାଲିଆତି ଘଟଣାର ମାଷ୍ଟର ମାଇଣ୍ଡ ହେଉଛନ୍ତି ଚୋକ୍ସି। ସେ ୨୦୧୮ରୁ ଆଣ୍ଟିଗୁଆରେ ରହୁଥିଲେ। ସେଠାରୁ କ୍ୟୁବା ଯିବା ପାଇଁ ସେ ଡୋମିନିକାରେ ପହଞ୍ଚିଥିଲେ ବୋଲି କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା