Masthead

ବିବାଦରେ ଅମିର ଖାନ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ ) : ପୁଣିଥରେ ବିବାଦକୁ ଟାଣିହୋଇ ଆସିଛନ୍ତି ବଲିଉଡ଼ ସୁପରଷ୍ଟାର ଆମୀର ଖାନ୍ । ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସେ ମାହିର, ହେଲେ ନିଜ ରିଲି ଏବଂ ରିଅଲ୍ ଲାଇଫକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ସୁପରଷ୍ଟାର ଷ୍ଟାର । ସାଙ୍ଘାତିକ ଅଭିଯୋଗ ଆସିଛି ଆମୀର ଖାନଙ୍କ ନାଁରେ | ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ ସିଂ ଚଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଆମୀର | ବର୍ତ୍ତମାନ ଏହି ସୁଟିଂ ସେ ଲଦାଖରେ କରୁଛନ୍ତି । ଖ୍ରୀଷ୍ଟମାସରେ ରିଲିଜ୍ କରିବାକୁ ଚାହୁଁଛନ୍ତି ତାଙ୍କର ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂ ଚଡା’, ସେଥିପାଇଁ ଏହାର ସୁଟିଂକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି ଅମୀର | ଲଦାଖରେ ସୁଟିଂ ସମୟରେ ଆମୀର ଏବଂ ତାଙ୍କ ଟିମ୍ ଉପରେ ପ୍ରଦୂଷଣ ବିସ୍ତାର କରିଥିବା ଅଭିଯୋଗ ହୋଇଛି ।

ସୋସିଆଲ ମିଡିଆରେ ଏଥିପାଇଁ ତାଙ୍କୁ ତାଗିଦ କରାଯାଇଛି । ନିକଟରେ ଜଣେ ଟ୍ୱିଟର ୟୁଜର୍ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ଜଣାପଡିଥିଲା ଯେ ଲଦାଖର ୱାଖା ଗାଁଟି ବିଶେଷ ଭାବେ ପ୍ରଦୂଷିତ ହୋଇଛି । ଏବଂ ଏହି ଭିଡିଓ ପୋଷ୍ଟ କରିବା ବେଳେ ଏହାର କ୍ୟାପସନରେ ଲେଖାଯାଇଛି, ‘ଏହା ବଲିଉଡ ଷ୍ଟାର ଅମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡା’ ପାଇଁ ଲଦାଖର ୱାଖା ଗ୍ରାମବାସୀଙ୍କୁ ତାଙ୍କର ଉପହାର । ସେପଟେ ଅମୀର ଖାନ ନିଜେ ସତ୍ୟମେବ ଜୟତେରେ ପରିବେଶ ସଫା କରିବା ବିଷୟରେ କହିଥିବା ବେଳେ ନିଜ ଫିଲ୍ମ ସୁଟିଂ ସମୟରେ କିଭଳି ଭାବେ ପରିବେଶ ପ୍ରତି ଗୁରୁତ୍ୱ ନଦେଲେ | ଏବେ ନିଜ ଉପରକୁ ଦୋଷ ଆସିଲା ବେଳକୁ ତାହା ହିଁ ଘଟେ ବୋଲି କହିଛନ୍ତି ଅମୀର । ଆମୀରଙ୍କ ଟିମର ଏଭଳି କାର୍ଯ୍ୟକଳାପ ଦେଖି ସେଠାକାର ବସବାସ କରୁଥିବା ଲୋକେ ବିଶେଷ ରୂପେ ନିରାଶ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ