Masthead

ଶିଷ୍ଟାଚାର ପାଠ ପଢିବେ ମଧ୍ୟପ୍ରଦେଶ ବିଧାୟକ

(ବଡ଼ ଖବର ବ୍ୟୁରୋ): ଶିଷ୍ଟାଚାର ପାଠ ପଢିବେ ମଧ୍ୟପ୍ରଦେଶ ବିଧାୟକ । ବିଧାସନଭାରେ ଯେପରି ଅସାମ୍ବିଧାନିକ ଶବ୍ଦ ବ୍ୟବହାର ନ କରିବେ ସେଥିପାଇଁ ନେବେ ତାଲିମ । ବିଧାୟକମାନଙ୍କୁ ନୈତିକତା ଓ ଶିଷ୍ଟାଚାର ପାଠ ପଢାଇବାରେ ମଧ୍ୟପ୍ରଦେଶ ହେବ ଦେଶର ପ୍ରଥମ ରାଜ୍ୟ । ଅଗଷ୍ଟ ୯ରେ ବସିବ ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିଧାୟକମାନଙ୍କୁ ନୈତିକତା ଓ ଶିଷ୍ଟାଚାର ସମ୍ପର୍କରେ ଶିକ୍ଷା ଦିଆଯିବ । ଆସନ୍ତା ୧୫ଦିନ ଭିତରେ ଦୁଇଦିନିଆ ତାଲିମ ଶିବିର ଆୟୋଜିତ ହେବ ।

ଏଥିରେ ସମସ୍ତ ବିଧାୟକ ଅଂଶ ଗ୍ରହଣ କରିବାକୁ ବାଧ୍ୟ ବୋଲି ବାଚସ୍ପତି ଗିରିଶ ଗୌତମ କହିଛନ୍ତି । ତାଳିମ ଶେଷରେ ପ୍ରତି ବିଧାୟକଙ୍କୁ ଗୋଟିଏ ଲେଖାଏଁ ହ୍ୟାଣ୍ଡବୁକ୍ ପ୍ରଦାନ କରାଯିବ । କୌଣସି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ ମନ୍ତ୍ରୀ ଓ ବିଧାୟକମାନେ ଅସାମ୍ବାଧାନିକ ଶବ୍ଦ ବ୍ୟବହାର କରୁଛନ୍ତି । ସମ୍ପୃକ୍ତ ମନ୍ତ୍ରୀ କିମ୍ବା ବିଧାୟକ ସାଧାରଣରେ ନିନ୍ଦିତ ହେଉଛନ୍ତି। ସାଧାରଣ ଲୋକଙ୍କ ନିକଟରେ ସେମାନଙ୍କ ସମ୍ମାନ ବଜାୟ ରଖିବାକୁ ଶିଷ୍ଟାଚାର ଓ ନୈତିକତା ଶିକ୍ଷା ଜରୁରୀ ବୋଲି ବାଚସ୍ପତି କହିଛନ୍ତି । ମୁର୍ଖ, ଚୋର, ଅପଦାର୍ଥ, ବେୱକୁଫ୍ ଭଳି ପ୍ରାୟ ୩୦୦ ଅସାମ୍ବିଧାନିକ ଶବ୍ଦ ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ତାଲିମ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ