Masthead

ଭାରତର ମହାବାଣିଜ୍ୟ ଦୂତାବାସରେ ତାଲିବାନୀଙ୍କ ଲୁଟପାଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଏବେ ଲୁଟପାଟ ଓ ଭଙ୍ଗାରୁଜା କରୁଛନ୍ତି ତାଲିବାନୀ । ବୁଧବାର ତାଲିବାନୀ ଆତଙ୍କବାଦୀମାନେ ସେମାନଙ୍କ ଗଡ଼ କୁହାଯାଉଥିବା କାନ୍ଦାହାର ଓ ହେରାତରେ ଥିବା ଭାରତର ମହାବାଣିଜ୍ୟ ଦୂତାବାସକୁ ଯାଞ୍ଚ କରିବା ଆଳରେ ତାଲା ଭାଙ୍ଗି ଲୁଟ କରିବା ସହ ଅନେକ ଜିନିଷକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।

ତାଲିବାନ ପକ୍ଷରୁ କିଛିଦିନ ତଳେ ବିଶ୍ୱ ସମୁଦାୟଙ୍କୁ ଆଶ୍ୱାସନା ଦେଇ କୁହାଯାଇଥିଲା ଯେ, ସେମାନେ କୌଣସି ବିଦେଶୀ ଦୂତାବାସର କ୍ଷୟକ୍ଷତି କରିବେ ନାହିଁ । ରାଷ୍ଟ୍ରଦୂତ ମାନଙ୍କୁ ମଧ୍ୟ ସୁରକ୍ଷା ଦେବେ । କିନ୍ତୁ କାନ୍ଦାହାର ଓ ହେରାତରେ ଭାରତ ସରକାରଙ୍କ ବାଣିଜ୍ୟ ଦୂତାବାସକୁ ସଶସ୍ତ୍ର ତାଲିବାନୀ ମାନେ ପ୍ରବେଶ କରି ଦୂତାବାସର ନଥିପତ୍ର ଯାଞ୍ଚ କରିଥିଲେ ।

କେବଳ ଏତିକି ନୁହେଁ ସେଠାରେ ଥିବା ଭାରତ ସରକାରଙ୍କ କାର ଗୁଡ଼ିକୁ ମଧ୍ୟ ନେଇ ପଳାଇଛନ୍ତି ତାଲିବାନୀ । ଏନେଇ ଭାରତର ଜଣେ ବିଦେଶମନ୍ତ୍ରାଳୟର ଅଧିକାରୀ ସୂଚନା ଦେଇଛନ୍ତି । କିଛିଦିନ ଆଗରୁ ଦୂତାବାସ ବନ୍ଦ କରିବାକୁ ମଧ୍ୟ ତାଲିବାନୀ ମାନେ ଭାରତ ସରକାରଙ୍କୁ ବାର୍ତ୍ତା ପଠାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା