Masthead

ପ୍ରଥମ ପର୍ଯ୍ୟାୟରେ ତୃତୀୟ ଲହର: ‘ହୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀର ରୂପ ବଦଳିବାର ଲାଗିଛି । ପୁଣି ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି। ଡେଲ୍‌ଟା ଭାଇରସ ଏବେ ୧୧୧ରୁ ଅଧିକ ରାଷ୍ଟ୍ରରେ ଚିହ୍ନଟ ହୋଇଛି । ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଜରୁରୀ ବୈଠକରେ ସ୍ଥିତି ନେଇ ସମୀକ୍ଷା କରାଯାଇଛି ।

ଏବେ ପୁଣି ଡେଲ୍‌ଟା ପ୍ରଜାତି ପାଇଁ ୟୁରୋପ୍‌ ଏବଂ ଉତ୍ତର ଆମେରିକାରେ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ଅତି ବ୍ୟାପକ ହେଲେ ସ୍ବାସ୍ଥ୍ୟସେବା ଉପରେ ପ୍ରବଳ ଚାପ ରହିବ। କିଛି ରାଷ୍ଟ୍ରରେ ଟିକାକରଣ ଅତି ଦ୍ରୁତ ଗତିରେ ହେଉଥିବାବେଳେ ଆଉ କିଛି ରାଷ୍ଟ୍ରରେ ଟିକାକରଣ ବିଫଳ ହୋଇଛି। କୋଭିଡ ମୁକାବିଲା ଦିଗରେ ଏଭଳି ତାରତମ୍ୟ ଗରିବ ରାଷ୍ଟ୍ରମାନଙ୍କ ପାଇଁ ଅଧିକ ସଙ୍କଟ ସୃଷ୍ଟି କରିବ ବୋଲି ହୁ ମୁଖ୍ୟ ସତର୍କ କରାଇ ଦେଇଛନ୍ତି।

ଅଧିକ ଘାତକ ଏବଂ ଅତିଶୟ ସଂକ୍ରମଣଶୀଳ ପ୍ରଜାତି ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯିବା ଆଶଙ୍କା ରହିଥିବାରୁ ଏଥିପାଇଁ ବିଶ୍ବବ୍ୟାପୀ ମିଳିତ ପ୍ରୟାସ ଲୋଡ଼ା ବୋଲି ହୁ କହିଛି। କରୋନାର ୪ଟି ପ୍ରଜାତି ଏବେ ଅତି ଉଦ୍‌ବେଗର କାରଣ ହୋଇଥିବାରୁ ମହାମାରୀ ଆଗକୁ ମଧ୍ୟ ଜାରି ରହିବ । ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବାକୁ ହେବ ବୋଲି ‘ହୁ’ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା