Masthead

ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ଥାନ ଓ ତାଲିବାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ବଳି ପଡିଲେ ଭାରତୀୟ ଫଟୋଗ୍ରାଫର ଦାନିଶ। ଫଟୋଗ୍ରାଫିରେ ସେ ପୁଲିଟଜର୍‌ ପୁରସ୍କାର ପାଇଥିଲେ । ଦାନିଶ ସିଦ୍ଦିକି ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ କଭର୍‌ କରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା।

ସିଦ୍ଦିକି ମୁମ୍ବାଇର ବାସିନ୍ଦା ଥିଲେ। ସେ ରିୟୁଟର୍ସ ନ୍ୟୁଜ୍ ଏଜେନ୍ସିର ଫଟୋଗ୍ରାଫି କର୍ମଚାରୀ ଥିଲେ। ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ସେ ୨୦୦୭ରେ ଜାମିଆର ଏଜେକେ ମାସ୍‌ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟରରୁ ମାସ କମ୍ୟୁନିକେସନ୍‌ରେ ଡିଗ୍ରୀ ହାସଲ କରିଥିଲେ। ସେ ଟେଲିଭିଜନ୍ ନ୍ୟୁଜ୍ ସମ୍ବାଦଦାତା ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଫଟୋଗ୍ରାଫ୍ ସାମ୍ବାଦିକତାକୁ ଯାଇଥିଲେ। ୨୦୧୦ରେ ସେ ରିୟୁଟର୍ସରେ ଯୋଗ ଦେଇଥିଲେ।

ଆଫଗାନିସ୍ତାନର ରାଷ୍ଟ୍ରଦୂତ ଟୁଇଟ୍‌ କରି କହିଛନ୍ତି ଯେ, “କାନ୍ଦାହାରରେ ଜଣେ ବନ୍ଧୁ ଦାନିଶ୍ ସିଦ୍ଦିକିଙ୍କ ହତ୍ୟା ଖବର ଅତ୍ୟନ୍ତ ଦୁଃଖଦାୟକ । ଭାରତୀୟ ସାମ୍ବାଦିକ ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଜଡିତ ଥିଲେ। ତାଙ୍କ ସହିତ କାବୁଲ ଯିବାର ୨ ସପ୍ତାହ ପୂର୍ବରୁ ଭେଟ ହୋଇଥିଲା ବୋଲି ସେ କହିଥିଲେ। ତାଙ୍କ ପରିବାରକୁ ମୋର ସମବେଦନା।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା