Masthead

ଅଗଷ୍ଟ ୯ରେ ପଶ୍ଚିମବଙ୍ଗ ରାଜ୍ୟସଭା ପାଇଁ ଉପନିର୍ବାଚନ

କୋଲକାତା(ବଡ଼ ଖବର ବ୍ୟୁରୋ): ଦୀନେଶ ତ୍ରୀବେଦୀଙ୍କ ଇସ୍ତଫା ସହିତ ପଶ୍ଚିମବଙ୍ଗରେ ଖାଲି ପଡ଼ିଛି ଗୋଟିଏ ରାଜ୍ୟସଭା ଆସନ । ଯେଉଁଥିପାଇଁ ଅଗଷ୍ଟ ୯ତାରିଖଠାରୁ ଅନୁଷ୍ଠିତ ହେବ ପଶ୍ଚିମବଙ୍ଗ ଉପର୍ନିାଚନ । ଏନେଇ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ କମିଶନ । ତେବେ ଟିଏମସି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ଦୀନେଶ ତ୍ରୀବେଦି ଦଳରେ ଅଣନିଶ୍ୱାସୀ ହେଇଯାଉଥିବା କହି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ତେବେ ଟିଏମସି ଛାଡ଼ିବା ପରେ ସେ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟସଭା ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ମାସରେ ଶେଷ ହେବ।

ତେଣୁ ଉପ ନିର୍ବାଚନରେ ରାଜ୍ୟସଭାକୁ ଯିଏ ଯିବେ, ସେ ୨୦୨୬ ଯାଏ ରହିବେ । ନିର୍ବାଚନ କମିଶନ କହିଛନ୍ତି, ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜୁଲାଇ ୨୨ରେ ପ୍ରକାଶ ପାଇବ। ଭୋଟ ଗ୍ରହଣ ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ଭୋଟ ଦାନ ପରେ ସେହିଦିନ ହିଁ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଉପ ନିର୍ବାଚନ ବେଳେ ସମସ୍ତେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବେ। ପଶ୍ଚିମବଙ୍ଗରେ ଟିଏମସି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଏହି ରାଜ୍ୟସଭା ଆସନ ଦଳ ଖାତାକୁ ଯିବ ବୋଲି କୁହାଯାଉଛି। ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଓ ଲୋକସଭା ଆସନରେ ଉପ ନିର୍ବାଚନ କରିବାକୁ ମନା କରିଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ