Masthead

ସୋନିଆ ଓ ରାହୁଲଙ୍କ ସହ ଭେଟ ପରେ ଶାନ୍ତ ପଡ଼ିଛନ୍ତି ସିଦ୍ଧୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବ ରାଜନୀତିରେ ନୂଆମୋଡ଼ । ଏବେ ସିଦ୍ଧୁଙ୍କ ମନ ପରିବର୍ତ୍ତନ ହେଉଥିବା ଜଣାପଡ଼ିଛି । ଶୁକ୍ରବାର କଂଗ୍ରେସ ନେତା ନବଯୋତ ସିଂ ସିଦ୍ଧୁ ଓ ସୋନିଆଙ୍କ ମଧ୍ୟରେ ଏକ ଆଲୋଚନା ହୋଇଛି । ତେବେ ଏହି ଆଲୋଚନା ସଫଳ ହୋଇଥିବା ଜଣାପଡ଼ିଛି । ରାହୁଲ ଓ ସୋନିଆଙ୍କୁ ଭେଟିବା ପରେ ସିଦ୍ଧୁଙ୍କ ମିଜାଜ ଭଲ ଥିବା ଦେଖାଯାଉଛି । ପୂର୍ବ ଭଳି ବିବାଦୀୟ ବୟାନ ମଧ୍ୟ ଦେଉନାହାନ୍ତି ସିଦ୍ଧୁ । ସାକ୍ଷାତ ଆଲୋଚନାରେ ସୋନିଆ ଓ ରାହୁଲ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ଲଢାଯିବ ବୋଲି ସିଦ୍ଧୁଙ୍କୁ ସ୍ପଷ୍ଟ କରିଦେଇଛନ୍ତି।

ଏଣୁ ରାଜ୍ୟରେ ସରକାରଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇ ବିବାଦ ଅଧିକ ନ ବଢାଇବା ଲାଗି ହାଇକମାଣ୍ଡ ତାଗିଦ କରିଛନ୍ତି। ସୋନିଆଙ୍କୁ ଭେଟିବା ପରେ ସିଦ୍ଧୁ ଅମରିନ୍ଦର ସିଂହଙ୍କ ନିକଟ ସମ୍ପର୍କୀୟ ତଥା ଦିଲ୍ଲୀରେ ରହୁଥିବା ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଝାକରଙ୍କୁ ତାଙ୍କ ଘରେ ଭେଟିଥିବା ଜଣାପଡିଛି। ଏଥିରୁ ପଞ୍ଜାବ କଂଗ୍ରେସରେ ବିଶାଳ ପରିବର୍ତ୍ତନର ସୂଚନା ମିଳିଛି। ଯେଉଁଥିରେ ସିଦ୍ଧୁ ପଞ୍ଜାବ କଂଗ୍ରେସର ମଙ୍ଗ ସମ୍ଭାଳିବେ ବୋଲି ଜଣାପଡିଥିବା ବେଳେ ଜଲନ୍ଧର ସାଂସଦ ଆଗକୁ କାର୍ଯ୍ୟ ସଭାପତି ଭାବେ ଦଳର କାର୍ୟ୍ୟ ପରିଚାଳନା କରିବେ ବୋଲି ଜଣାଗଲାଣି। ଏହା ଛଡା ଦଳରେ ଜନୈକ ହିନ୍ଦୁ ଚେହାରା ମଧ୍ୟ ଖୁବ୍ ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ତେବେ ଦିଲ୍ଲୀରେ ସିଦ୍ଧୁଙ୍କ ସାକ୍ଷାତ ଆଲୋଚନା ପର୍ବ ଏବେବି ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି