Masthead

କେବେ ଗିରଫ ହେବେ ପ୍ରଶାନ୍ତ ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେବେ ଗିରଫ ହେବେ ପ୍ରଶାନ୍ତ ଜଗଦ୍ଦେବ ? ବାଲୁଗାଁରେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ନିଖୋଜ ଅଛନ୍ତି ବିଧାୟକ । କ୍ୱାର୍ଟର୍ସରେ ଚଢାଉ କରି ଖାଲି ହାତରେ ଫେରିଲା ପୋଲିସ । ଆକ୍ରମଣ ପରେ ବିଜେଡିରୁ ହୋଇଥିଲେ ନିଲମ୍ବିତ । ପ୍ରଶାନ୍ତ ଜଗଦ୍ଦେବଙ୍କ ଅଡୁଆ ବଢିବାରେ ଲାଗିଛି । ବିଜେପି ନେତାଙ୍କୁ ମାଡ଼ ସହ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରି ବିବାଦକୁ ଆସିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତେବେ ତାଙ୍କୁ ଗିରଫ କରିବାକୁ ଗୁରୁବାର ପୋଲିସ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଚଢାଉ କରିଥିଲେ ।

କିନ୍ତୁ ତାଙ୍କୁ ସେଠାରେ ନ ପାଇ ଖାଲି ହାତରେ ଫେରିଥିଲେ । ପୋଲିସ ବିଭିନ୍ନ ଆଡେ ଚଢାଉ ଜାରି ରଖିଛି । ତାଙ୍କ ମୋବାଇଲ ବନ୍ଦ ଥିବା ପୋଲିସ ସୂଚନା ଦେଇଛି । ବିଜେପି ନେତା ନିରଞ୍ଜନ ସେଠୀଙ୍କୁ ବାଲୁଗାଁ ଏନଏସି ଅଫିସ ଆଗରେ ମାଡ଼ ମାରିବାପରେ ବିଧାୟକ ପ୍ରଶାନ୍ତ ସଂପୃକ୍ତି ଭିଡିଓ ଭାଇରାଲ ହୋଇଥିଲା । ତାଙ୍କ ବିରୋଧରେ ଆକ୍ସନ ନେଇଥିଲେ ଦଳର ସୁପ୍ରିମା ନବୀନ ପଟ୍ଟନାୟକ ।

ତାଙ୍କୁ ନିଲମ୍ବନ କରିଥିଲେ । ନିରଞ୍ଜନ ଏନେଇ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିଥିଲା । ତାଙ୍କ ବିରୋଧରେ ଦଫା ୩୪୧,୨୯୪, ୩୨୩, ୫୦୬ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା