Masthead

ଲୋକାର୍ପିତ ହେଲା ‘ବଡ଼ ଖବର’ ୱେବ୍ ପୋର୍ଟାଲ

ବିଜୟା ଦଶମୀରୁ ଆସିବ ଟିଭିରେ

ଭୂବନେଶ୍ୱର : ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଲୋକାର୍ପିତ ହୋଇଛି ୨୪ଘଣ୍ଟିଆ ସ୍ୟାଟେଲାଇଟ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ବଡ଼ ଖବରର ୱେବ୍ ପୋର୍ଟାଲ । www.badakhabar.in ଠିକଣାରେ ଏହା କାର୍ଯ୍ୟ କରିବ । ପ୍ରତି ମୁହୂର୍ତ୍ତର ଅପଡେଟ୍ ଖବର ସହ ଖବର ପଛର ଖବର ଏଥିରେ ସ୍ଥାନିତ ହେବ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା ପରେ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ମହାପ୍ରଭୁଙ୍କ ଆଜ୍ଞା ନେଇ ଏହି ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ମହାତ୍ମା ଗାନ୍ଧି ଓ ଲାଲ୍ ବାହାଦୁର୍ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଲୋକଙ୍କ ପାଇଁ କାମ କରିବାର ସଂକଳ୍ପ ନେଇ ବଡ଼ ଖବର ଆଗକୁ ବଢ଼ିବ ବୋଲି ସେ ଦୋହରାଇଛନ୍ତି । ଏଥିପାଇଁ ବଡ଼ ଖବରର ଟ୍ୟାଗ୍ ଲାଇନ୍ ଲୋକଙ୍କ ଚ୍ୟାନେଲ ରଖାଯାଇଛି ।

ଏହା ସହ ସେ କହିଥିଲେ, ବଡ଼ ଖବର ଲୋକଙ୍କ କଥା କହିବ, ଲୋକଙ୍କ ସମସ୍ୟା ବୁଝିବ, ସାଧାରଣ ଲୋକଙ୍କ ପାଇଁ ସାମ୍ବିଧାନିକ ପଦବୀରେ ଥିବା ଲୋକଙ୍କୁ ପ୍ରଶ୍ନ ପଚାରିବାର ସାହସ ରଖିବ । ଏହି ଚ୍ୟାନେଲ କୌଣସି ପୁଞ୍ଜିପତି କିମ୍ବା ରାଜନେତାଙ୍କ ନୁହେଁ । ଓଡ଼ିଶା ଇତିହାସରେ ପ୍ରଥମଥର କିଛି ସାମ୍ବାଦିକଙ୍କ ଉଦ୍ୟମରେ ଏକ ସ୍ୟାଟେଲାଇଟ୍ ଟିଭି ଚ୍ୟାନେଲ ଆରମ୍ଭ ହେବାକୁ ଯାଉଛି । ସମ୍ପୂର୍ଣ୍ଣ ନିରପେକ୍ଷତା ଓ ସଚ୍ଚୋଟତାର ସହ ଏହା କାର୍ଯ୍ୟ କରିବ । ତେବେ ଏହାର ଭବିଷ୍ୟତ କ’ଣ ହେବ, ତାହା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଉପରେ ନିର୍ଭର କରେ ।

ଏହି ଅବସରରେ ଚ୍ୟାନେଲ ଆରମ୍ଭ ତାରିଖ ମଧ୍ୟ ମୁଖ୍ୟ ସମ୍ପାଦକ ଘୋଷଣା କରିଥିଲେ । ଆଗାମୀ ବିଜୟା ଦଶମୀ (ଅକ୍ଟୋବର ୨୫)ରୁ ବଡ଼ ଖବରକୁ ରାଜ୍ୟବାସୀ ଟିଭିରେ ଦେଖିପାରିବେ ।  ଉନ୍ମୋଚନ ଉତ୍ସବରେ ସ୍ୟାଟେଲାଇଟ ଚ୍ୟାନେଲର ସାଧାରଣ ପରିଚାଳକ କୀର୍ତ୍ତିକ ଚନ୍ଦ୍ର ରାୟ, ଡେପୁଟି ଏଡିଟର କିଶନ ବାରାଇ, ସୀମାଞ୍ଚଳ ପଟ୍ଟନାୟକ, ପ୍ରମୋଦ ପଣ୍ଡା, ବିଜୟ ତ୍ରିପାଠୀ, ଚିନ୍ମୟ ପତି, ଦିଲୀପ ମିଶ୍ର, ମାନସ ରଞ୍ଜନ ନାୟକ, ସରୋଜ କୁମାର ଜେନାଙ୍କ ସମେତ ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ । ଗତ ସ୍ୱାଧୀନତା ଦିବସରେ ବଡ଼ ଖବରର ଲୋଗୋ ଲୋକାର୍ପିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର