Masthead

ଆଜି ଆଇପିଏଲରେ ଧୋନୀ-ୱାର୍ଣ୍ଣର ମୁହାଁମୁହିଁ

ଦୁବାଇ (ବଡ଼ ଖବର ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗର ତ୍ରୟୋଦଶ ସିଜନ ଯେତିକି ଆଗକୁ ବଢୁଛି, ଟୁର୍ଣ୍ଣାମେଣ୍ଟରେ ଚମକ ସେତିକି ବଢ଼ିବାରେ ଲାଗିଛି । ଆଜି ଆଇପିଏଲରେ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନ୍ ରାଇଜର୍ସ ହାଇଦ୍ରାବାଦ ବନାମ ମହେନ୍ଦ୍ରସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଆଜି ଉଭୟ ଦଳ ସେମାନଙ୍କ ଚତୁର୍ଥ ମ୍ୟାଚ୍ ଦୁବାଇରେ ଖେଳିବେ । ପଏଣ୍ଟ ଟେବୁଲରେ ଚେନ୍ନାଇ ସୁପର କିଙ୍ଗସ୍ ଅଷ୍ଟମ ସ୍ଥାନରେ ଥିବାବେଳେ ସନ୍ ରାଇଜର୍ସ ହାଇଦ୍ରାବାଦ ସପ୍ତମ ସ୍ଥାନରେ ରହିଛି । ତେଣୁ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଉପରକୁ ଯିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ ।

ଅପରପକ୍ଷରେ ଚେନ୍ନାଇ ସୁପରକିଙ୍ଗସ୍ ଲଗାତର ଦୁଇଟି ମ୍ୟାଚ ହାରିବା ପରେ ଏହି ମ୍ୟାଚରେ ଧୋନୀ ବାହିନୀ କିପରି ପଡ଼ିଆକୁ ଓହ୍ଲାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେହିଭଳି ହାଇଦ୍ରାବାଦ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ପୁଣି ଥରେ ବିଜୟଧାରାକୁ ଫେରିଛି । ଏହି ମ୍ୟାଚରେ ମଧ୍ୟ ଦଳ ସେହି ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ