Masthead

ବିଜେଡି ଛାଡି କଂଗ୍ରେସରେ ମିଶିଲେ ୩୦ରୁ ଅଧିକ ବିଜେଡି କର୍ମୀ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ବିଜେଡି ଦଳକୁ ଲାଗିଛି ଶକ୍ତ ଧକ୍କା। ନିର୍ବାଚନର ଘଡିସନ୍ଧି ମୁହୂର୍ତ୍ତରେ ବିଜେଡି ଛାଡି କଂଗ୍ରେସରେ ମିଶିଲେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ୩୦ରୁ ଅଧିକ ବିଜେଡି କର୍ମୀ। ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଆଉ ଦୁଇ ଦିନ ପରେ ଶେଷ ହୋଇଯିବ ନିର୍ବାଚନ । ବର୍ତ୍ତମାନ ଉଭୟ ନେତା ଓ କର୍ମୀ ତତ୍ପର ହୋଇ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି । ଏହି ଅବସରରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ତାର ଶକ୍ତି ବୃଦ୍ଧି କରିଛି ।

ତିରିଶରୁ ଅଧିକ ବିଜେଡି ଏବଂ ବିଜେପି କର୍ମୀ ନିଜ ଦଳ ପରିତ୍ୟାଗ କରି କଂଗ୍ରେସ ଶିବିରର ଶକ୍ତି ବୃଦ୍ଧି କରିଛନ୍ତି । ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଭାପତି ତଥା ବର୍ତ୍ତମାନ ଜିଲ୍ଲା ଯୁବ ବିଜେଡିର ସମ୍ପାଦକ ସୌମ୍ୟ ରାହାଡ ସିଂ, ସୁଭ୍ରଜିତ୍ ପ୍ରଧାନ, କେଶବ ପଣ୍ଡା ରଜନୀକାନ୍ତ ନାୟକ, ରାଜେନ୍ଦ୍ର ଦାସ ଜିତେନ୍ଦ୍ର ଦାସ , ରାକେଶ ମଲ୍ଲିକ, ଚନ୍ଦ୍ରକାନ୍ତ ପଣ୍ଡା, ସମେତ ତିରିଶରୁ ଅଧିକ ବିଜେଡି କର୍ମୀ କଂଗ୍ରେସରେ ମିଶିଥିଲେ। ତିର୍ତ୍ତୋଲରେ ବିଜେଡି ଗୋଷ୍ଠୀ କନ୍ଦଳ ଥମୁନ ଥିବାବେଳେ ଦଳର ବିଶୃଙ୍ଖଳାରୁ ଅତିଷ୍ଠ ହୋଇ ବିଜେଡି ଛାଡିଥିବା ବେଳେ ଲଗାତାର ଭାବେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ୟ୍ୟକ୍ରମ ଜନସମାବେଶରେ ସାଧାରଣ ଲୋକଙ୍କ ପାଇଁ ଲଢେଇ କରି ଆସୁଥିବ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଦଳର ଯୋଗ ଦେବାକଥା ନେଇ ନିଜର ମତ ରଖିଛନ୍ତି ଜିଲ୍ଲା ଯୁବ ବିଜେଡିର ସମ୍ପାଦକ ସୌମ୍ୟ ରାହାଡ ସିଂ।

ତେବେ ଏହି ମିଶ୍ରଣ ପର୍ବରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପ୍ରଚାର କମିଟି ଅଧକ୍ଷ ଅକ୍ଷୟ ଦାସ, ପ୍ରଚାର କମିଟି ସଦସ୍ୟ ପ୍ରଶାନ୍ତ ଲେଙ୍କା,ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ଉପସଭାପତି ଧନଞ୍ଜୟ ସୁତାର, ପିସିସି ସଭ୍ୟ ତଥା ଗୋବିନ୍ଦପୁର ସମିତିସଭ୍ୟ ଦେବ ପ୍ରସାଦ ନାୟକ, ତିର୍ତ୍ତୋଲ ପଞ୍ଚାୟତ ସଭାପତି ଲଲାଟ କେଶରୀ ମହାପାତ୍ର, ଶିବାନୀ ଗଣନାଟ୍ୟ ର ମାଲିକ ତଥା ଛପଡା ପଞ୍ଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼