Masthead

ଅଶ୍ଳୀଳ ଭିଡିଓ ଅପଲୋଡ଼ କରିବାକୁ ରାଜକୁନ୍ଦ୍ରା ତିଆରି କରିଥିଲେ ଆପ, ଯେଉଁଥିରେ ଥିଲେ ୨୦ଲକ୍ଷ ପେଡ୍ ଗ୍ରାହକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ରାଜକୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ଲଗାତାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏକ ତଥ୍ୟ ସାମ୍ନାକୁ ଆସିଛି ଯେ, ରାଜକୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିସାରିଛନ୍ତି । ଏନେଇ ଯାଞ୍ଚ କରୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସେ ଏହାମଧ୍ୟ କହିଛନ୍ତି ଯେ, ରାଜକୁନ୍ଦ୍ରା ପୋଲିସକୁ ଯାଞ୍ଚରେ ସହଯୋଗ କରୁନାହାନ୍ତି । ମୁମ୍ବାଇ ଅନେ୍ଧରି ୱେଷ୍ଟରେ ଥିବା ରାଜକୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମବ୍ରାଞ୍ଚକୁ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ଅଧିକ ତଥ୍ୟ ମିଳିଛି । ତେବେ ଏକାଧିକ ତଥ୍ୟକୁ ଡିଲିଟ ମଧ୍ୟ କରାଯାଇଛି । ଯାହାର ତଥ୍ୟ ହାସଲ କରିବାକୁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ସେପଟେ ହେପାଜତରେ ଥିବା ରାଜକୁନ୍ଦ୍ରା କୌଣସି ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଉନଥିବାରୁ ତାଙ୍କ ହେପାଜତର ଅବଧି ମଧ୍ୟ ବଢ଼ାଇବାକୁ କୋର୍ଟରେ ଆବେଦନ କରାଯିବ । ତେବେ ୨୦୧୯ରୁ ରାଜକୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ବନାଇବା ଆରମ୍ଭ କରି ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ । ଅଶ୍ଳୀଳ ଭିଡିଓ ଡାଉନଲୋଡ଼ ବା ଅପଲୋଡ଼ କରିବାକୁ ରାଜକୁନ୍ଦ୍ରା ଏକ ହଟଶଟ ନାମକ ଏକ ଆପ ମଧ୍ୟ ତିଆରି କରିଥିଲେ । ଯେଉଁତିରେ ପ୍ରାୟ ୨୦ଲକ୍ଷ ପେଡ୍ ଗ୍ରାହକ ରହିଥିଲେ । ୱେବ ଅପେକ୍ଷା ଆପରେ ଅଶ୍ଳୀଳ ଭିଡିଓ ସହଜ ହେଉଥିବାରୁ ଏପରି କରିଥିଲେ ରାଜକୁନ୍ଦ୍ରା । ଯାହାକୁ ନେଇ ରହିଛି ଯଥେଷ୍ଟ ପ୍ରମାଣ ଏନେଇ ସ୍ପଷ୍ଟ କରିଛନ୍ତି ପୋଲିସ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼