Masthead

ମନ୍ତ୍ରୀଙ୍କ ହାତରୁ ପେପର ଛଡ଼ାଇ ଫିଙ୍ଗିବା ହେଲା ମହଙ୍ଗା, ମୌସୁମୀ ଅଧିବେଶନ ଶେଷ ଯାଏଁ ହେଲେ ନିଲମ୍ବିତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହଙ୍ଗା ପଡ଼ିଲା ମନ୍ତ୍ରୀଙ୍କ ହାତରୁ ପେପର ଛଡ଼େଇ ନେଇ ଚିରି ଫୋପାଡ଼ିବା । ଏହାକୁ ନେଇ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଉ ଏପରି କାର୍ଯ୍ୟ କରିଥିବା ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି । ତାଙ୍କର ବିଶୃଙ୍ଖଳୀୟ ଆଚରଣ ପାଇଁ ନିଲମ୍ୱିତ ହୋଇଛନ୍ତି ଟିଏମସି ସାଂସଦ । ଆଜି ଅଧିବେଶନ ଆରମ୍ଭରୁ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା । ପ୍ରଥମେ ନିଲମ୍ବନ ପ୍ରସ୍ତାବ ପାରିତ ହେବା ପରେ ଅଶ୍ଳୀଳ ଆଚରଣ ପାଇଁ ଶାନ୍ତନୁ ସେନଙ୍କୁ ସଂସଦର ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି ।

ଗତକାଲି ରାଜ୍ୟସଭାରେ ଚାଲିଥିବା ପ୍ରକ୍ରିୟା ସମୟରେ ଶାନ୍ତନୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇ ଉପରକୁ ଫିଙ୍ଗିଥିଲେ । ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ଭାରତୀୟଙ୍କ ଗୁପ୍ତଚର ଖବର ଏବଂ ଏହି ପ୍ରସଙ୍ଗରେ ବିରୋଧର ଅଭିଯୋଗ ସମ୍ପର୍କରେ ବୈଷ୍ଣବ ଉପର ଗୃହରେ ଏକ ବିବୃତ୍ତି ଦେଉଥିଲେ । ଗତକାଲି ଅପରାହ୍ନରୁ ଗୃହକାର୍ୟ୍ୟ ଆରମ୍ଭ ହେବା ମାତ୍ରେ ଡେପୁଟି ଚେୟାରମ୍ୟାନ୍ ବୈଷ୍ଣବଙ୍କ ନାଁ ଡାକିଥିଲେ ।

ଏଥିସହିତ ତ୍ରୁଣମୂଳ କଂଗ୍ରେସର ସଦସ୍ୟ ତଥା କିଛି ବିରୋଧୀ ଦଳ ପୋଡିୟମ ନିକଟରେ ସ୍ଲୋଗାନ ଦେଇଥିଲେ । ଏହି ସମୟରେ ତ୍ରୁଣମୂଳ କଂଗ୍ରେସ ସଦସ୍ୟ ଶାନ୍ତନୁ ସେନ ବିବୃତ୍ତିର ନକଲକୁ କେନ୍ଦ୍ର ମନ୍ତ୍ରୀଙ୍କ ହାତରୁ ଘୋଷାଡି ନେଇ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ। ଏହି ପରିସ୍ଥିତିରେ ବୈଷ୍ଣବ ବିବୃତ୍ତିର ନକଲକୁ ଗୃହର ଉପସ୍ଥାପନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା