Masthead

ରାୟଗଡ଼ାରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): କାର୍ଯ୍ୟାଳୟରେ ପଶି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପରେ ବିଜେଡ଼ି କର୍ମୀଙ୍କ ମରଣାନ୍ତକ ଆକ୍ରମଣ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଘଟିଛି ଏପରି ଘଟଣା । ଗତକାଲି ଅପରାହ୍ନରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଳରାମ ପାତ୍ର ନିଜ କାର୍ଯ୍ୟାଳୟରେ ଥିବା ସମୟରେ ହଠାତ ବିଜେଡି କର୍ମୀମାନେ ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର ବ୍ଲକ କାର୍ଯ୍ୟାଳୟ ପରିସରକୁ ଯାଇଥିଲେ । ସେଠାରେ ବ୍ଲକର ରାଉତ ଘାଟି, ସିମିଳିପଡ଼ା ଠାରେ ହେଉଥିବା ଚେକଡ୍ୟାମର ବିଲ ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନା କରିଥିଲେ ।

ସେହି ସମୟରେ ବ୍ଲକ ଅଧ୍ୟକ୍ଷ ସହକର୍ମୀ ଏବଂ ଏବିଡିଓ ବଳରାମ ପାତ୍ର ନିଜେ ସେଠାରେ ଉପସ୍ଥିତ ଥିଲେ। ହଠାତ ଜଗଦୀଶ ପାତ୍ର ଏବଂ ଅନ୍ୟମାନେ ପାଟି କରିବା ସହ ବଳରାମ ପାତ୍ରଙ୍କୁ ମାଡ ମାରି ଥିଲେ। ଚାପୁଡ଼ା ମାରିବା ସହ ଅଶ୍ଲିଳ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ପ୍ରାଣ ଭଳୟରେ ଏବିଡିଓ କାର୍ଯ୍ୟାଳୟ ଛାଡ଼ ଦୌଡ଼ିଥିଲେ ତାଙ୍କୁ ମାରିବାକୁ ପଛରୁ ମଧ୍ୟ ଗୋଡ଼ାଇଥିଲେ । ତେବେ ବଳରାମ ନିଜକୁ ଏକ ପ୍ରକୋଷ୍ଠ ଭିତରକୁ ଯାଇ ଭିତରପଟୁ ବନ୍ଦ କରିଦେଇଥିଲେ। ପ୍ରାଣ ବିକଳରେ ଦୌଡ଼ିବା ସମୟରେ ଗାଳିଗୁଲଜ କରି ମାରିବା ପାଇଁ ପଛରେ ଗୋଡାଇଥିଲେ । ବନ୍ଦଥିବା କବାଟକୁ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ କରିଥିବା ନିଜ ଏତଲାରେ ଲେଖିଛନ୍ତି ଗୋଷ୍ଠୀ ଉନ୍ନୟନ ଅଦିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ