Masthead

ଖୋଳିଲେନି ପୋଖରୀ ଲୁଟି ନେଲେ ୮୦ ହଜାର

ପୋଖରୀ ଖୋଳା ନାଁରେ ସରକାରୀ ଅର୍ଥ ହଡ଼ପ । କେନ୍ଦୁଝର ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ଲକ୍ଷ୍ମୀପଶି ଗାଁର ନମିତା ନାଏକଙ୍କ ନାଁରେ ଦିଆଯାଇଛି ଫାର୍ମ ପୋଖରୀ । ପୋଖରୀ କାମରେ ପାଖାପାଖି ୬୦ହଜାର ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଖୋଳା ହୋଇନି ପୋଖରୀ । ଏପରିକି ପୋଖରୀ କଥା ମଧ୍ୟ ଜାଣିନଥିବା କହିଛନ୍ତି ନମିତା । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ନିଜ ପରିବାର ପ୍ରତିପୋଷଣ ପାଇଁ ନମିତା ଦେଢ ବର୍ଷ ତଳେ ନିଜ ଚାଷ ଜମିରେ ପୋଖରୀ ଖୋଳିବା ପାଇଁ ଘଟଗାଁ ମୃତ୍ତିକା ସଂରକ୍ଷଣ ବିଭାଗ ନିକଟରେ ଆବେଦନ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ ଆଜି, କାଳି କହି ଦିନ ଗଡେଇ ଚାଲିଥିଲେ । ଶେଷରେ ପୋଖରୀ

ହୋଇପାରିଲା ନାହିଁ । ହେଲେ ୧୬ ସେପ୍ଟେମ୍ବର ୨୦୨୦ରୁ ୧ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପୋଖରୀ ପାଇସାରିଛନ୍ତି ନମିତା । ୫୭ହଜାର ୮୨୦ ଟଙ୍କା କାମରେ ଖର୍ଚ୍ଚ ହୋଇସାରିଛି । ଏପରିକି କାଗଜ କଲମରେ ୪୪ ଜଣ ଶ୍ରମିକ ମଧ୍ୟ କାର୍ଯ୍ୟ କରିଥିବା ଦର୍ଶାଯାଇଛି । ହେଲେ ନମିତାଙ୍କ ଜମିରେ ପୋଖରି ହୋଇନାହିଁ । ଖବର ବଡ଼ ଖବର ହାତରେ ତଥ୍ୟ ଲାଗିବ ପରେ ଦୁର୍ନୀତିକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି ବିଭାଗୀୟ ଅଧିକାରମାନେ । ରାତି ଅଧିରେ ନମିତାଙ୍କ ପରେ ପହଂଚି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଛି । ଖୁବଶିଘ୍ର ପୋଖରୀ ଖୋଳିଦେବା ସହ ବିଭିନ୍ନ ଚାପ ପକାଯାଉଥିବା ଜଣାପଡିଛି । ସେପଟେ ବିଭାଗୀୟ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଉଥଽା ବେଳେ କୋଭିଡର ବାହାନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ଆଉ ଜେଇ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଯିଏ ଦୋଷ କରିଛନ୍ତି ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବେ । ତାକୁ ହିଁ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ