Masthead

ଖୋଳିଲେନି ପୋଖରୀ ଲୁଟି ନେଲେ ୮୦ ହଜାର

ପୋଖରୀ ଖୋଳା ନାଁରେ ସରକାରୀ ଅର୍ଥ ହଡ଼ପ । କେନ୍ଦୁଝର ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ଲକ୍ଷ୍ମୀପଶି ଗାଁର ନମିତା ନାଏକଙ୍କ ନାଁରେ ଦିଆଯାଇଛି ଫାର୍ମ ପୋଖରୀ । ପୋଖରୀ କାମରେ ପାଖାପାଖି ୬୦ହଜାର ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଖୋଳା ହୋଇନି ପୋଖରୀ । ଏପରିକି ପୋଖରୀ କଥା ମଧ୍ୟ ଜାଣିନଥିବା କହିଛନ୍ତି ନମିତା । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ନିଜ ପରିବାର ପ୍ରତିପୋଷଣ ପାଇଁ ନମିତା ଦେଢ ବର୍ଷ ତଳେ ନିଜ ଚାଷ ଜମିରେ ପୋଖରୀ ଖୋଳିବା ପାଇଁ ଘଟଗାଁ ମୃତ୍ତିକା ସଂରକ୍ଷଣ ବିଭାଗ ନିକଟରେ ଆବେଦନ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ ଆଜି, କାଳି କହି ଦିନ ଗଡେଇ ଚାଲିଥିଲେ । ଶେଷରେ ପୋଖରୀ

ହୋଇପାରିଲା ନାହିଁ । ହେଲେ ୧୬ ସେପ୍ଟେମ୍ବର ୨୦୨୦ରୁ ୧ଲକ୍ଷ ୮୦ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ପୋଖରୀ ପାଇସାରିଛନ୍ତି ନମିତା । ୫୭ହଜାର ୮୨୦ ଟଙ୍କା କାମରେ ଖର୍ଚ୍ଚ ହୋଇସାରିଛି । ଏପରିକି କାଗଜ କଲମରେ ୪୪ ଜଣ ଶ୍ରମିକ ମଧ୍ୟ କାର୍ଯ୍ୟ କରିଥିବା ଦର୍ଶାଯାଇଛି । ହେଲେ ନମିତାଙ୍କ ଜମିରେ ପୋଖରି ହୋଇନାହିଁ । ଖବର ବଡ଼ ଖବର ହାତରେ ତଥ୍ୟ ଲାଗିବ ପରେ ଦୁର୍ନୀତିକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି ବିଭାଗୀୟ ଅଧିକାରମାନେ । ରାତି ଅଧିରେ ନମିତାଙ୍କ ପରେ ପହଂଚି ଘଟଣାକୁ ଚାପି ଦେବାକୁ ପ୍ରୟାସ କରାଯାଇଛି । ଖୁବଶିଘ୍ର ପୋଖରୀ ଖୋଳିଦେବା ସହ ବିଭିନ୍ନ ଚାପ ପକାଯାଉଥିବା ଜଣାପଡିଛି । ସେପଟେ ବିଭାଗୀୟ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଉଥଽା ବେଳେ କୋଭିଡର ବାହାନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ଆଉ ଜେଇ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଯିଏ ଦୋଷ କରିଛନ୍ତି ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେବେ । ତାକୁ ହିଁ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼