Masthead

ଭାରତୀୟ ଅର୍ଥନୀତିର କାହାଣୀ ଠିକ 30 ବର୍ଷର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ) : ନବେ ଦଶକର ଆରମ୍ଭ  ।  ରସାତଳେ ଦେଶର ଅର୍ଥନୀତି  ।  ଏତିକି ବେଳେ ପ୍ରଧାନମନ୍ତ୍ରୀ  ପିଭି ନରସିଂହା ରାଓ ଓ ତକ୍ରାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ସଫଳ ଯୋଡି  । ଅର୍ଥନୈତିକ ସଂସ୍କାରରେ ଏହି ଯୋଡିଙ୍କ ସଫଳତା ଓ ଦୂରଦୃଷ୍ଟି ଏବେ ମଧ୍ୟ ବାଟ ଦେଖାଉଛି  । ଦୁଇ ଯୋଡିଙ୍କ ସଫଳତାର ସ୍ୱାଦ ଚାଖୁଛି ସାରା ଦେଶ  । ୩୦ ବର୍ଷ ତଳର ଅର୍ଥନୈତିକ ରୋଡମ୍ୟାପକୁ ନେଇ ମତ ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମନମୋହନ ସିଂ  । ଏ ସମୟ ଖୁସିର ନୁହେଁ, ବରଂ ଆଗାମୀ ଦିନରେ ସାମ୍ନାରେ ଥିବା ଆହ୍ୱାନକୁ ନେଇ ଆତ୍ମଚିନ୍ତନର ସମୟ । ୧୯୯୧ ଅପେକ୍ଷା ଆହ୍ୱାନ ଏବେ ଅଧିକ । ତେଣୁ ପ୍ରତ୍ୟେକ ଭାରତୀୟ କିଭଳି ସୁସ୍ଥ ରହିବେ ଓ ସମ୍ମାନଜନକ ଜୀବନ ବଞ୍ଚିବେ,ତାହା ସରକାରଙ୍କ ପ୍ରାଥମିକତା ହେବା ଉଚିତ । ଦେଶର ଅର୍ଥନୀତିକୁ ନେଇ ରୋଡ୍ ମ୍ୟାପ ପ୍ରସ୍ତୁତିର ସମୟ ଆସିଛି ।

୨୦୦୪ ରୁ ୨୦୧୪ ପ~ýðନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂ । ଏହା ପୂର୍ବରୁ ୧୯୯୧ରେ ପିଭି ନରସିଂହା ରାଓଙ୍କ ସରକାରରେ ମନମୋହନ ଅର୍ଥମନ୍ତ୍ରୀ ଥିଲେ । ୨୪ ଜୁଲାଇ ୧୯୯୧ରେ ସେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଦେଶରେ ଅର୍ଥନୀତିକ ଉଦାରୀକରଣର ମୂଳଦୁଆ । ୩୦ ବର୍ଷ ତଳେ ଦେଶର ଅର୍ଥନୀତିକ ନୀତି ପାଇଁ ଏକ ନୂଆ ରାସ୍ତା ପ୍ରସ୍ତୁତ ହୋଇଥିଲା। ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ସରକାର ଆସିଛନ୍ତି  । ସେହି ରୋଡ ମ୍ୟାପକୁ ଅନୁସରଣ କରିଛନ୍ତି। ତିନି ଦଶନ୍ଧି ମଧ୍ୟରେ ପ୍ରାୟ ୩୦ କୋଟି ଭାରତୀୟ ନାଗରିକ ଦାରିଦ୍ର୍ୟ ପରିସ୍ଥିତିରୁ ବାହାରକୁ ଆସିଛନ୍ତି । ଏହି ସମୟ ମଧ୍ୟରେ  ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା  । ୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନ ବେଳେ ଫରାସୀ କବି  ଡକ୍ଟର ଭିକ୍ଟର ହ୍ୟୁଗୋ ଙ୍କ ବିବୃତ୍ତିକୁ ମନେ ପକାଇଛନ୍ତି ମନମୋହନ  । କହିଛନ୍ତି, ‘ ଯେଉଁ ଚିନ୍ତାଧାରାର ସମୟ ଆସିଯାଇଛି ତାହାକୁ ପୃଥିବୀର କୌଣସି ଶକ୍ତି ଅଟକାଇ ପାରିବ ନାହିଁ। ୩୦ ବର୍ଷ ପରେ, ଗୋଟିଏ ରାଷ୍ଟ୍ର ଭାବରେ, ରୋବର୍ଟ ଫ୍ରଷ୍ଟଙ୍କ କବିତାକୁ ମନେ ରଖିବାକୁ ପଡିବ । ଭାରତ ସ୍ୱାଧୀନତା ପରଠୁ ଅର୍ଥନୈତିକ ଅସୁବିଧାର ସମ୍ମୁଖୀନ ହେଉଥିଲ । ଅନେକ ସମୟରେ ଅର୍ଥନୈତିକ ସଂସ୍କାର ନେଇ ରାଜନୈତିକ ଦଳ ମଧ୍ୟରେ କଦାପି ସହମତି ହୋଇପାରିଲା ନାହିଁ। ୧୯୬୬ ମସିହାରେ ସଂସ୍କାର ପାଇଁ ଇନ୍ଦିରା ଗାନ୍ଧୀ ବିଫଳ ହୋଇଥିଲେ। ରାଜୀବ ଗାନ୍ଧୀ କମ୍ପ୍ୟୁଟର ଓ ରଙ୍ଗୀନ ଟିଭି ଆଣିଥିଲେ  । ତଥାପି ଅର୍ଥନୈତିକ ସଂସ୍କାର ସଠିକ ଢଙ୍ଗରେ ହୋଇପାରିନଥିଲା । ୧୯୮୦ ଦଶକରେ ଅର୍ଥନୈତିକ ସମସ୍ୟା ବୃଦ୍ଧି ପାଇଲା । ୧୯୯୦ ସୁଦ୍ଧା ଗୁରୁତର ସଙ୍କଟ ଦେଖାଦେଇଥିଲା। ଯଶବନ୍ତ ସିହ୍ନା ସେତେବେଳେ ଅର୍ଥମନ୍ତ୍ରୀ ଓ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିଲେ । ଅତୀତକୁ ମନେ ପକାଇଛନ୍ତି ତତ୍କାଳୀନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା  । ୮୦ ଦଶକରେ ପାଞ୍ଚ ବର୍ଷ, ସରକାର ଏଭଳି ଖର୍ଚ୍ଚ କଲେ ଯେ କେହି  ବି ଚିନ୍ତିତ ନଥିଲେ  । ଏବେ ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରେ ଭାରତର ସ୍ଥାନ  ।  ଏହା ସାରା ଦେଶର ଗର୍ବର ବିଷୟ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ