Masthead

ଡେଲ୍ଟା ଭାରିଏଣ୍ଟକୁ ନେଇ ହୁ’ ର ସତର୍କ ଘଣ୍ଟି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଡେଲ୍ଟା ଭାରିଏଣ୍ଟକୁ ନେଇ ହୁ’ ର ସତର୍କ ସୂଚନା । । ଡେଲ୍ଟା ଭାରିଏଣ୍ଟ ଏବେ ୟୁରୋପରେ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ ବୋଲି ‘ହୁ’ ସହ ଇସିଡିସି କହିଛି। କରୋନାର ସବୁ ଭାରିଏଣ୍ଟ ତୁଳନାରେ ଡେଲ୍ଟା ଏବେ ପ୍ରମୁଖ ଭାରିଏଣ୍ଟ । ଏହାକୁ ରୋକିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ପରାମର୍ଶ ବି ଦିଆଯାଇଛି। ପୂର୍ବରୁ ଡେଲ୍ଟା ଭାରିଏଣ୍ଟ ସମସ୍ତ ୟୁରୋପୀୟ ଦେଶରେ ନିଜର ପ୍ରଭାବ ବିସ୍ତାର କରି ସଂକ୍ରମଣ ବୃଦ୍ଧି କରୁଥିବା ବିଶେଷଜ୍ଞମାନେ କହିଥିଲେ। ଏହି ଭାରିଏଣ୍ଟ କ୍ଷୀପ୍ର ଗତିରେ ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖରେ ପହଞ୍ଚିଥାଏ।

ସେହିପରି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ମଧ୍ୟ ବଢ଼ି ଯାଏ। ୟୁରୋପୀୟ ଦେଶ ପାଇଁ କାମ କରୁଥିବା ହୁ’ର ଆଞ୍ଚଳିକ ଅଫିସ ପକ୍ଷରୁ କୁହାଯାଇଛି ଯେ ଆମେ ଜୁନ୍‌ ୨୮ରୁ ଜୁଲାଇ ୧୧ ମଧ୍ୟରେ ସଂକ୍ରମଣ ତଥ୍ୟ ସଂଗ୍ରହ କରିଥିଲୁ। ୨୮ଟି ୟୁରୋପୀୟ ଦେଶ ମଧ୍ୟରୁ ୧୯ଟି ରାଷ୍ଟ୍ରରେ ସାର୍ସ କୋଭ-୨ର ଡେଲ୍ଟା ଭାରିଏଣ୍ଟ ସଂକ୍ରମଣର ପ୍ରମୁଖ କାରଣ ବନିଛି। ଜେନୋମ ସିକ୍ୱେନ୍ସିଂ ଜରିଆରେ ଏହି ତଥ୍ୟ ମିଳିଛି।

ଏହି ୧୯ଟି ଦେଶରେ ଡେଲ୍ଟା ଭାରିଏଣ୍ଟ ୬୮.୩% ନମୁନାରୁ ଠାବ ହୋଇଛି। ସେହିପରି ପୂର୍ବରୁ ଏଠାରେ ପ୍ରଭାବ ବିସ୍ତାର କରିଥିବା ଆଲଫା ଭାରିଏଣ୍ଟ ୨୨.୩%ଟି ନମୁନାରୁ ଚିହ୍ନଟ ହୋଇଛି। ଏହାର ଅର୍ଥ ୟୁରୋପୀୟ ଦେଶରେ ଆଲଫା ଭାରିଏଣ୍ଟକୁ ଡେଲ୍ଟା ପଛରେ ପକାଇ ପ୍ରମୁଖ ସ୍ଥାନ ଅଧିକାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ