Masthead

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯଥାର୍ଥ: ହରଦୀପ ସିଂ ପୁରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ବଢ଼ୁଛି ପେଟ୍ରାଲ ଓ ଡିଜେଲ ଦର । ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବି ଆକାଶ ଛୁଆଁ । ତେବେ ତୈଳ ଦରବୃଦ୍ଧିକୁ ଯର୍ଥାର୍ଥ ବୋଲି କହିଛନ୍ତି କେନ୍ଦ୍ର ସରକାର । ଦେଶରେ କାର୍ଯ୍ୟକାରୀ ହେଉଥିବା ଏକାଧିକ କଲ୍ୟାଣକାରୀ ଓ ବିକାଶ ମୂଳକ ପଦକ୍ଷେପ ପାଇଁ ରାଜସ୍ୱ ପେଟ୍ରୋଲିୟମ ଜାତୀୟ ସାମଗ୍ରୀରୁ ମିଳିଥାଏ । ତେଣୁ ଏହାର ଦର ବୃଦ୍ଧିକୁ ଉଚିତ ବୋଲି ପରୋକ୍ଷରେ କହିଛନ୍ତି କେନ୍ଦ୍ର ସରକାର । ତେବେ ଏସବୁ କହିବା ସହ ତୈଳ ଦର ବୃଦ୍ଧି ଯୋଗୁ ଦେଶର ମୂଦ୍ରାସ୍ଫୀତି ଉପରେ ପଡ଼ୁଥିବା ଚାପ ସମ୍ପର୍କରେ ସରକାର କିଛି ବି କହିନାହାନ୍ତି ।

ଦେଶର ବିିଭିନ୍ନ ସ୍ଥାନରେ ପେଟ୍ରୋଲର ଦାମ ଲିଟର ପିଛା ୧୦୦ଟଙ୍କା ଉପରେ ଥିବା ବେଳେ ଡିଜେଲ ୯୦ଟଙ୍କାରେ ପହଞ୍ଚିଛି । ଏହି ବର୍ଦ୍ଧିତ ଦର ବୃଦ୍ଧି କରୋନା ଦ୍ୱାରା ପ୍ରଭାବିତ ଅର୍ଥନୀତି ଉପରେ କ’ଣ ପ୍ରଭାବ ପକାଉଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରାଯାଇଥିଲା। ଏହାର ଲିଖିତ ଉତ୍ତରରେ ପେଟ୍ରୋଲିମୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦର ବୃଦ୍ଧିକୁ ଯଥାର୍ଥ ବୋଲି କହିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଟିକସ (ପେଟ୍ରୋଲିୟମ ସାମଗ୍ରୀ)ରୁ ସଂଗୃହୀତ ହେଉଥିବା ରାଜସ୍ୱକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯାଇଥାଏ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରହିଛି। ମହାମାରୀ ସମୟରେ ଗରିବ ଲୋକଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏହି ଟିକସ ଅର୍ଥରେ କାର୍ଯ୍ୟକାରୀ କରାଯାଉଛି।

ଏହି ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏଥିସହ ମାଗଣା ଟିକାକରଣ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅର୍ଥ ଟିକସରୁ ହିଁ ସରକାରଙ୍କ ପାଣ୍ଠିକୁ ଆସିଥାଏ। ବିଗତ ୭ ବର୍ଷ ମଧ୍ୟରେ ଜାତୀୟ ରାଜପଥ ପ୍ରାୟ ୫୦% ବଢ଼ିଛି। ୨୦୧୪ ଏପ୍ରିଲରେ ୯୧,୨୮୭ କିମି ଥିବା ବେଳେ ଏବେ ଏହା ୧,୩୧,୬୨୫ କିମି ହୋଇଛି। ୨୦୧୪-୧୫ରେ ଜାତୀୟ ରାଜପଥ ପ୍ରତିଦିନ ୧୨ କିମି ବଢ଼ୁଥିବା ବେଳେ ଏବେ ୩୩.୭ କିମି ହୋଇଛି।

ସେସବୁକୁ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୃଷ୍ଟି କରିବାରେ ବ୍ୟବହାର କରାଯାଉଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ମୋଟ ୩୨.୯୦ ଟଙ୍କା ଓ ଡିଜେଲ ଉପରେ ୩୧.୮୦ ଟଙ୍କା ବିଭିନ୍ନ ଟିକସ ଆକାରରେ ଲାଗୁ କରୁଛନ୍ତି। ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ ମଧ୍ୟ ଲାଗୁ କରିଛନ୍ତି। ଏଥିପାଇଁ ଦର ଆକାଶ ଛୁଆଁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ