Masthead

ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ବ୍ରିଟେନ ହାଇକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ବ୍ରିଟେନ ହାଇକୋର୍ଟ । ଭାରତର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ସେଠାରେ ପଳାତକ ଘୋଷଣା ହେବା ପରେ ଏବେ ଭାରତୀୟ ବ୍ୟାଙ୍କ ଗୁଡ଼ିକ ବିଜୟ ମାଲ୍ୟାର ସମ୍ପତ୍ତି ସହଜରେ ଜବତ କରି ନିଜ ଋଣ ଟଙ୍କା ହାସଲ କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନେତୃତ୍ୱରେ ଭାରତୀୟ ବ୍ୟାଙ୍କ ଗୁଡ଼ିକର ବ୍ରିଟିଶ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।

କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ଋଣ ଟଙ୍କାକୁ ଆଦାୟ କରିବା ପାଇଁ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରିଥିଲେ। କୋର୍ଟ ଦେବାଳିଆ ଘୋଷଣା କରିଥିବା ବ୍ୟାଙ୍କଗୁଡ଼ି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଏବେ ବେଶ ସହଜରେ ଜବତ କରିପାରିବେ। ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବାର ଏକ ସୁଯୋଗ ମାଲ୍ୟାଙ୍କ ପାଖରେ ରହିଛି। ତାଙ୍କ ଓକିଲ ଖୁବଶୀଘ୍ର ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି ଜଣାପଡ଼ିଛି। ଜୁଲାଇରେ ବିଜୟ ମାଲ୍ୟାଙ୍କୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ତାଙ୍କ ଅଂଶଧନ ବିକ୍ରି କରି ୭୯୨.୧୨ କୋଟି ଟଙ୍କା ହାସଲ କରିଥିଲେ।

ମନି ଲଣ୍ଡରିଂ ମାମଲାରେ ଇଡି ଏହି ଶେୟାର ଗୁଡ଼ିକୁ ଜବତ କରିଥିଲା। ସୂଚନାଯୋଗ୍ୟ, କିଙ୍ଗଫିସର ଏୟାରଲାଇନ୍ସର ସେବା ଜାରି ରଖିବା ପାଇଁ ମାଲ୍ୟା ଏସବିଆଇ ଓ ଅନ୍ୟାନ୍ୟ ବ୍ୟାଙ୍କରୁ ୯,୯୯୦ କୋଟି ଟଙ୍କା ଋଣ ନେଇଥିଲେ। ତେବେ କିଙ୍ଗଫିସରର ଅବସ୍ଥା ଖରାପ ହେବାକୁ କମ୍ପାନୀ ବୁଡ଼ି ଯାଇଥିଲା। ଫଳରେ ମାଲ୍ୟା ଋଣ ଟଙ୍କା ବ୍ୟାଙ୍କକୁ ଫେରସ୍ତ କରିପାରିନଥିଲେ। ସେ ଋଣ ପରିଶୋଧ କରିବା ପରିବର୍ତ୍ତେ ବିଦେଶକୁ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରି ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ