Masthead

ଟ୍ୱିଟରରେ ୭କୋଟି ପାର କଲା ମୋଦିଙ୍କ ଫଲୋୟର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବଢ଼ିଲା ମୋଦିଙ୍କ ଫଲୋୟର୍ସ ସଂଖ୍ୟା । ମାଇକ୍ରୋ ବଗ୍ଲିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୭ କୋଟି ପାର କରିଛି । ବିଶ୍ୱର ବିଭିନ୍ନ ଦେଶର କ୍ଷମତାରେ ଥିବା ନେତା ମାନଙ୍କ ଠାରୁ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ଅଧିକ ରହିଛି । ତେବେ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଲୋୟର୍ସ ସବୁଠାରୁ ଅଧିକ ଥିଲା, ତେବେ ଟ୍ରମ୍ପଙ୍କ ଆକାଉଣ୍ଟ ଟ୍ୱିଟର ବ୍ଲକ କରିବା ପରେ ଏବେ ଆଗରେ ରହିଛନ୍ତି ନରେନ୍ଦ୍ର ମୋଦି । ସେହିପରି ଟ୍ୱିଟରରେ ଅନ୍ୟତମ ଲୋକପ୍ରିୟ ବ୍ୟକ୍ତି ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ତେବେ କ୍ଷମତାରେ ନଥାଇ ମଧ୍ୟ ତାଙ୍କ ଫଲୋୟର୍ସ ସଂଖ୍ୟା ୧୨୯.୮ ମିଲିୟନରୁ ଅଧିକ ରହିଛି ।

ଟ୍ୱିଟରରେ ସେ ଏବେ ସର୍ବାଧିକ ଫଲୋୟର୍ସ ଥିବା ବ୍ୟକ୍ତିଙ୍କ ତାଲିକାରରେ ଶୀର୍ଷରେ ରହିଛନ୍ତି । ଚଳିତ ବର୍ଷ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ଟ୍ୱିଟର ବ୍ଲକ୍ କରିଦେବା ପରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ଲୋକପ୍ରିୟ ନେତାଙ୍କ ତାଲିକାରେ ମୋଦିଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରାୟ ୮୮.୭ ମିଲିଅନ ଫଲୋୟର୍ସ ରହିଥିଲେ। ସେହି ସମୟରେ ମୋଦି ବିଶ୍ୱର ସକ୍ରିୟ ରାଜନେତାଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ।

ହେଲେ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ଲକ ହେବା ପରେ ମୋଦି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦୯ ମସିହାରୁ ମୋଦି ଟ୍ୱିଟରରେ ସକ୍ରିୟ ରହିଛନ୍ତି। ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଟ୍ୱିଟରରେ ଯୋଗ ଦେଇଥିଲେ। ସେବେଠାରୁ ସେ ଏହି ପ୍ଲାଟଫର୍ମରେ ସକ୍ରିୟ ରହିଛନ୍ତି। ୨୦୧୯ରେ ମୋଦିଙ୍କ ନେତୃତ୍ୱାଧୀନ ବିଜେପି ନିର୍ବାଚନରେ ବିଜୟୀ ହୋଇଥିଲା। ଏହାପରେ ମୋଦି ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ଲେଖିଥିଲେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’। ଏହି ଟ୍ୱିଟ୍ ପୋଷ୍ଟଟି ୨୦୧୯ରେ ସର୍ବାଧିକ ବ୍ୟକ୍ତି ଦେଖିଥିବା ତାଲିକାରେ ଶୀର୍ଷରେ ଥିଲା। ସୂଚନାଯୋଗ୍ୟ, ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ୧୯.୪ ମିଲିଅନ୍ ଫଲୋଅର୍ସ ରହିଛନ୍ତି। ମୋଦି ପ୍ରାୟତଃ ସୋଶାଲ ମିଡିଆରେ ଆକ୍ଟିଭ ରୁହନ୍ତି। ସେ ଟ୍ୱିଟର ବ୍ୟତୀତ ଫେସବୁକ୍, ୟୁଟ୍ୟୁବ ଓ ଇନଷ୍ଟ୍ରାଗ୍ରାମ ଆଦିରେ ସକ୍ରିୟ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି