ଭାରତ ପାଇଁ ନିଶ୍ଚିତ ହେଲା ଆଉ ଏକ ପଦକ, ସେମିଫାଇନାଲରେ ପ୍ରବେଶ କଲେ ଲଭଲିନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତ ଗୋଟିଏ ପଦକ ପାଇସାରିଥିବା ବେଳେ ଏବେ ଆଉ ଏକ ପଦକ ପାଇବାର ଆଶା ଦେଖାଦେଇଛି । ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍ ସେମିଫାିନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି । କ୍ୱାର୍ଟର ଫାଇନାଲରେ ଲଭଲିନା ପୂର୍ବତନ ୱାର୍ଲ୍ଡ ଚାମ୍ପିଅନଚେନ୍ ନିଏନ ଚିନଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରିଛନ୍ତି । ଏହାସହ ଏକ ପଦକ ମଧ୍ୟ ସୁନିଶ୍ଚିତ କରିଛନ୍ତି । ଆସାମର ଏହି ୨୩ ବର୍ଷୀୟା ବକ୍ସର ତାଇପେଇର ପ୍ରତିଯୋଗୀଙ୍କ ଉପରେ ଭାରି ପଡ଼ିଥିଲେ ।

ତେବେ ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଯୋଗୁ ଲଭଲିନା ଗୋଟିଏ ପଦକ ପାଇବା ନିଶ୍ଚିତ ହୋଇଯାଇଛି। କାରଣ ସେମି ଫାଇନାଲ୍‌ରେ ପରାଜିତ ହେଉଥିବା ଦୁଇ ବକ୍ସରଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଏ। ତେଣୁ ମ୍ୟାରୀ କମ୍‌ ଓ ବିଜେନ୍ଦ୍ର ସିଂହଙ୍କ ପରେ ଅଲିମ୍ପିକ୍ସରେ ପଦକ ଜିତିବାରେ ଲଭଲିନା ହେବେ ତୃତୀୟ ଭାରତୀୟ ବକ୍ସର। ସୂଚନାଯୋଗ୍ୟ, ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ମୀରାବାଈ ଚାନୁ। ସେ ଭାରୋତ୍ତୋଳନରେ ୪୯ କେଜି ମହିଳା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ