ନିରାଶ କଲେ ଦୂତୀ, ରହିଛି ଆଉ ଏକ ସୁଯୋଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଟୋକିଓରେ ନିରାଶ କଲେ ଦୂତୀ । ମହିଳା ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତୀ ଚାନ୍ଦ । ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ହୋଇଛନ୍ତି । ୫ମ ହିଟରେ ଥିବା ଦୂତୀ ସପ୍ତମ ସ୍ଥାନରେ ରହିଥିଲେ । ତେବେ ନିଜ ରେକର୍ଡ଼ରେ ମଧ୍ୟ ସେ ଉନ୍ନତି ଆଣି ପାରିନାହାନ୍ତି । ୧୧.୫୪ ସେକେଣ୍ଡରେ ଶହେ ମିଟର ଦୂରତ୍ୱକୁ ଅତିକ୍ରମ କରିଥିଲେ ଦୂତୀ ।

ତାଙ୍କର ରେକର୍ଡ଼ ୧୧.୧୭ ରହିଥିଲା । ଯାହାକି ଏକ ଜାତୀୟ ରେକର୍ଡ଼ ମଧ୍ୟ । ତେବେ ତାଙ୍କ ପାଖରେ ଆଉ ଏକ ସୁଯୋଗ ମଧ୍ୟ ରହିଛି । ଆଗକୁ ୨୦୦ ମିଟର ଦୌଡ଼ ରହିଛି । ଅଗଷ୍ଟ ୨ ତାରିଖରେ ୨୦୦ ମିଟର ଦୌଡ଼ ପାଇଁ ସେ ଟ୍ରକ୍କୁ ଓହ୍ଲାଇବେ । ତେବେ ଦେଶର ଏକମାତ୍ରା ଆଥଲେଟ ଭାବରେ ଦୂତୀ ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’