Masthead

ବିଜେପିରେ ସାମିଲ ହେଲେ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ହାତ ଛାଡିଲେ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ । ଉତ୍ତର ପୂର୍ବର ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। କାରଣ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ ବିଜେପିରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ କଂଗ୍ରେସର ୨ ଜଣ ବିଧାୟକ ଏବଂ ଏନସିପିର ୨ ଜଣ ବିଧାୟକ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଥିଲେ।

କଂଗ୍ରେସର ନିନୋଙ୍ଗ ଏରିଙ୍ଗ ଏବଂ ୱାଙ୍ଗଲିନ ଲୋଆଙ୍ଗଡଙ୍ଗ ବିଜେପିରେ ଯୋଗ ଦେଇଥିବାବେଳେ ଏନପିପିରୁ ମୁଚୁ ମିଥୀ ଏବଂ ଗୋକର ବସର ପଦ୍ମ ଧରିଥିଲେ। ଏହି ଚାରିଜଣ ନେତାଙ୍କୁ ଅରୁଣାଚଳ ପ୍ରଦେଶ ସଂଗଠନର ଦାୟିତ୍ୱ ତଥା ରାଜ୍ୟ ୟୁନିଟ ପାର୍ଟି ସଭାପତି ଅଶୋକ ସିଙ୍ଗଲ ଏବଂ ରାଜ୍ୟ ସିଏମ ପେମା ଖାଣ୍ଡୁଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ପ୍ରଦାନ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ