Masthead

ଆଏଜ୍ ସମ୍ବଲପୁରୀ ଦିନ୍

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାର ଜନକ କହୁଥିବା ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ଏବଂ ସୋହେଲା ମାଟିର ସମ୍ବଲପୁରୀ ସାଧକ ଶ୍ରୀଧର ପ୍ରଧାନଙ୍କର ପବିତ୍ର ଜନ୍ମ ତିଥି ହେଉଛି ଅଗଷ୍ଟ ଏକ ତାରିଖ । ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମ ଶତବାର୍ଷିକୀ ୨୦୧୨ ଠାରୁ ତାଙ୍କର ପବିତ୍ର ଜନ୍ମ ଦିନକୁ ‘ସମ୍ବଲପୁରୀ ଦିନ୍’ ଭାବରେ ପାଳନ କରି ଆସୁଛି ଅଞ୍ଚଳର ଅଗ୍ରଣୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ ।

୨୦୧୩ ରେ ପ୍ରଥମେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ‘ସମ୍ବଲପୁରୀ ଦିନ୍’ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଦୃତ ହୋଇସାରିଛି । ସାରା ବିଶ୍ୱରେ ଥିବା ସମ୍ବଲପୁରୀ ପ୍ରେମୀମାନେ ସେଦିନ ଲୋକେ ସ୍ୱତଃପ୍ରବୃତ୍ତ ଭବରେ ସମ୍ବଲପୁରୀ ବସ୍ତ୍ର ପରିଧାନ, ସମ୍ବଲପୁରୀ ଖାଦ୍ୟପେୟ ଗ୍ରହଣ କରି ସମ୍ବଲପୁରୀ ନାଚଗୀତରେ ମସଗୁଲ ହୋଇ ଏହି ଦିନଟିକୁ ଆନନ୍ଦ ଉହ୍ଲାସରେ ପାଳନ କରିଆସୁଛନ୍ତି। ସାମାଜିକ ଗଣମାଧ୍ୟମର ସମସ୍ତ ଉତ୍ସବରେ ଭରପୂର ହୋଇଯାଏ ସମ୍ବଲପୁରୀ ପରିଧାନ କରିଥିବା ଫଟୋ, ନାଚଗୀତର ଭିଡିଓ ଏବଂ ସୁଅ ଛୁଟେ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା।

ଲକ୍ଷ ଲକ୍ଷ ଲୋକ ବ୍ୟକ୍ତିଗତ ଭାବରେ ଓ ଭିନ୍ନ ଭିନ୍ନ ସଂଗଠନ ଏହି ଉତ୍ସବର ଦିନକୁ ନିଜ ନିଜ ଢଙ୍ଗରେ ପାଳନ କରୁଛନ୍ତି ସତ, ହେଲେ ସମ୍ବଲପୁର ସହରର ଜେଲ୍ ଛକ ନିକଟରେ ହେଉଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ଉତ୍ସବ ହୁଏ ମୁଖ୍ୟ ଆକର୍ଷଣର କେନ୍ଦ୍ର। କିନ୍ତୁ, ଗତ ବର୍ଷ ବିଶ୍ୱ ମହାମାରୀ କରୋନା କଟକଣା କାରଣରୁ ଲୋକେ ଉତ୍ସବକୁ ନିଜ ନିଜ ଘରେ ରହି ପାଳନ କରିଥିଲେ। ଚଳିତ ବର୍ଷ ମଧ୍ୟ ସେଭଳି ପରିସ୍ଥିତି ଯୋଗୁଁ ଖୋଲା ଆକାଶ ତଳେ କିମ୍ୱା ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ କରିବା ସମ୍ଭବ ହେଉ ନାହିଁ ବୋଲି ମାନସ ବକ୍ସି ଓ ଭବାନୀଶଙ୍କର ଭୋଇ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି