Masthead

ଜୀବନ ନେଉଛି ଅଜଣା ରୋଗ

ପଡ଼ିଆ (ବଡ଼ ଖବର ବ୍ୟୁରୋ): ଆତଙ୍କ ଖେଳାଇଛି ଅଜଣା ରୋଗ । ଅକାଳରେ ଗଡ଼ୁଛି ମୁଣ୍ଡ । ପଡ଼ିଆ ବ୍ଲକରୁ ଆସିଛି ଏଭଳି ଦୁଃଖଦ ଖବର । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୯ଜଣଙ୍କ ଜୀବନ ଗଲାଣି । ନୀଲିଗୁଡ଼ାର ୫ଜଣଙ୍କ ଜୀବନ ଯାଇଥିବା ବେଳେ ଭେଞ୍ଚନପାଲ୍ଲୀ ଓ ବାପନପଲ୍ଲୀ ଅଞ୍ଚଳର ମଧ୍ୟ ୪ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଲାଗିରହିଛି ।

ଅଜଣା ରୋଗରେ କବଳିତ ହୋଇଥିିବା ଲୋକଙ୍କ ଶରୀର ଫୁଲିବାରେ ଲାଗୁଛି । ଲୋକେ ଖାଇବା, ପିଇବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଆଦିବାସୀ ଅଞ୍ଚଳରେ ଚିକିତ୍ସାର ନଗ୍ନରୂପ ଅନୁଭବ ହେଉଛି । ସରକାରଙ୍କ ବହୁ ପ୍ରଚାରିତ ସ୍ୱାସ୍ଥ୍ୟସେବା ଏହି ଅଞ୍ଚଳର ଲୋକଙ୍କ ପାଇଁ ବର୍ତ୍ତମାନ ସମ୍ଭବ ହୋଇପାରିନି । ବାଧ୍ୟ ହୋଇ ସେମାନେ ଚେରମୂଳି ଓ ଗୁଣି ଗାରେଡି ଉପରେ ଭରଷା କରୁଛନ୍ତି । ଉପଯୁକ୍ତ ଚିକିତ୍ସା ଅଭାବରୁ ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଝଡିବାରେ ଲାଗିଛି । ସରକାରୀ ସହାୟତା କିମ୍ବା ଡାକ୍ତରୀ ଟିମ ଏଯାବତ ଗାଁରେ ପହଞ୍ଚି ନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ମୁକାଙ୍କ ପ୍ରଥମେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ହାତ, ଗୋଡ, ମୁହଁ ଓ ପେଟ ଫୁଲିବାରେ ଲାଗିଥିଲା । ପରିବାର ଲୋକେ ମେଡିକାଲ ନେବା ପରିବର୍ତ୍ତେ ଚେରମୂଳି ଖୁଆଇଥିଲେ । ଶେଷରେ ଚିକିତ୍ସାରେ ଅବହେଳା ହେବାରୁ ମୁକାଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଗାଁର ଗଙ୍ଗା ବାଟା, ଯୋଗେନ୍ଦ୍ର ବାଟା, ବାଟା ଗଙ୍ଗା ପ୍ରମୁଖ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଏବେ ୫୭ ବର୍ଷୀୟା ବେକ ମୁକେ, ସୋମା ମାଡି, ଗଙ୍ଗା କାରାମ ଓ ଇର୍ମା ମାଡି ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରଣ ସହ ଲଢ଼େଇ କରୁଛନ୍ତି । ସରକାରୀ ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ଯୋଗାଇ ଦେଲେ ଏମାନେ ସୁସ୍ଥ ହୋଇ ଯାଆନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ