Masthead

୪୧ ବର୍ଷ ପରେ ସେମିଫାଇନାଲରେ ଭାରତୀୟ ହକି ଦଳ

(ବଡ଼ ଖବର ବ୍ୟୁରୋ): ଟୋକିଓରେ ଦମଦାର ପ୍ରଦର୍ଶନ । ଇତିହାସ ରଚିଲା ପୁରୁଷ ହକି ଦଳ । ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସ ସେମିଫାଇନାଲ କଲା ପ୍ରବେଶ । କ୍ୱାଟର ଫାଇନାଲରେ ଦଳ ବ୍ରିଟେନକୁ ପରାସ୍ତ କରିଛି । ୩-୧ ଗୋଲରେ ବାଜିମାରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତୀୟ ପୁରୁଷ ହକି ଦଳ ।

ମ୍ୟାଚର ହିରୋ ସାଜିଥିଲେ ଗୋଲ କିପର ଶ୍ରୀଜେଶ । ସେମିଫାଇନାଲରେ ବେଲଜିୟମକୁ ଭେଟିବ ଦଳ । ଶେଷ ଥର ପାଇଁ ୧୯୮୦ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ରେକର୍ଡ ୮ ଥର ପାଇଁ ସ୍ୱର୍ଣ୍ଣ ଜିତିଥିଲା । କିନ୍ତୁ ଏହାପରେ ଲଗାତର ୩ ଅଲିମ୍ପିକ୍ସରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡ଼ିଲା । ଯଦି ଇତିହାସ ଉପର ନଜର ପକାଇବା ଭାରତ ବିଶ୍ୱରେ ହକିରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ୧୯୦୦ ମସିହାରେ ଭାରତ ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା । ଏକମାତ୍ର ପ୍ରତିଯୋଗୀ ଜର୍ମାନ ପ୍ରିଚାର୍ଡ ଆଥଲେଟିକ୍ସ ୨ଟି ରୌପ୍ୟ ପଦକ ଜିତିଥିଲେ ।

ଆଉ ଏହି ପଦକ ଥିଲା କୌଣସି ଏସୀୟ ଦେଶର ପ୍ରଥମ ଅଲିମ୍ପିକ୍ସ ମେଡାଲ । ୧୯୨୦ରେ ପ୍ରଥମ ଥର ଭାରତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଦଳ ପଠାଇଥିଲା । ଭାରତୀୟ ଆଥଲେଟ ମୋଟ ୨୮ ପଦକ ବର୍ତ୍ତମାନ ସୁଦ୍ଧା ଜିତିସାରିଛନ୍ତି । ୧୯୨୦ରୁ ୧୯୮୦ପର୍ଯ୍ୟନ୍ତ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା । ୧୯୨୮ରୁ ୧୯୫୬ ମଧ୍ୟରେ ହକିରେ ୮ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ଭାରତୀୟ ଦଳ । ୧୯୨୮, ୧୯୩୨, ୧୯୩୬ରେ ଲଗାତର ଭାବେ ହକିରେ ସ୍ୱର୍ଣ୍ଣ ଜିତିଥିଲା ଭାରତୀୟ ଦଳ । ସ୍ୱାଧିନତା ପୂର୍ବର ଅଲିମ୍ପିକ୍ସ ପ୍ରଦର୍ଶନ ଥିଲା କିନ୍ତୁ ୧୯୪୭ ପରେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ହକି ସହ ଅନ୍ୟାନ୍ୟ କ୍ରୀଡାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ୧୯୪୮ ଅଲିମ୍ପିକ୍ସରେ ହକିରେ ବ୍ରିଟେନକୁ ହରାଇ ସ୍ୱର୍ଣ୍ଣ ଜିତିଥିଲା । ୧୯୫୨ରେ ପାକିସ୍ତାନକୁ ହରାଇ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ହାତେଇଥିଲେ । ୧୯୬୦ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା ।

ସେହିଭଳି ୧୯୬୪ରେ ପୁଣି ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ତେବେ ପରବର୍ତ୍ତୀ ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ଦଳ କେବଳ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା । ସେହିଭଳି ୧୯୨୪ ପରେ ପ୍ରଥମ ଥର ଭାରତୀୟ ଦଳ ୧୯୭୬ ଅଲିମ୍ପିକ୍ସରେ ଖାଲି ହାତରେ ଫେରିଥିଲା । ପରବର୍ତ୍ତୀ ୧୯୮୦ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ରେକର୍ଡ ୮ ଥର ପାଇଁ ସ୍ୱର୍ଣ୍ଣ ଜିତିଥିଲା । ଏହା ପରେ କିନ୍ତୁ ଲଗାତର ୩ ଅଲିମ୍ପିକ୍ସରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡ଼ିଲା । ଚଳିତ ଟୋକିଓ ଅଲିମ୍ପିକ୍ସରେ ସାରା ଦେଶ ପୁରୁଷ ହକି ଦଳ ସହ ଥିବା ବେଳେ ସ୍ୱର୍ଣ୍ଣ ପଦକ ଆଶା କରିଛନ୍ତି ଦେଶବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ