Masthead

‘ନାଟକ କରିବାକୁ ଲୋକଙ୍କ ପାଖକୁ ଯିବେ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ବଜେଟକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । କହିଛନ୍ତି ସରକାର ବଜେଟ ମାଧ୍ୟମରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି । ବସ୍ତାନୀ ବଡ଼ ପାଠ କମ । ଦରମା ପେନସନ ୯୪କୋଟି ।ରୋଜଗାର ୧ଲକ୍ଷ ୫ହଜାର କୋଟି । ଲୋନ ୪୫୫୦୦କୋଟି । କେନ୍ଦ୍ର ଅନୁଦାନ ୭୯ ହଜର କୋଟି ଟଙ୍କା । କେନ୍ଦ୍ର ସରକାରଙ୍କ ଅଂଶଧାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରାଜ୍ୟ ବଜେଟ । କୃଷକ ପାଇଁ ବଜେଟ କରାଯାଇଛି । କିନ୍ତୁ ବାସ୍ତବତା କହୁଛି, ଅର୍ଥ ଖର୍ଚ୍ଚ ହୋଇପାରୁନି । ଦିନରେ ମିଛ କହୁଛନ୍ତି ସରକାର । ରାଜ୍ୟ ବଜେଟରେ କେନ୍ଦ୍ରୀୟ ବଜେଟର ଛାପ ରହିଛି ।

ରାଜ୍ୟ ସରକାର ଯେଉଁ ନୂଆ ଯୋଜନା ଆଣିଛନ୍ତି, ବଜେଟରେ ତାହା କେନ୍ଦ୍ର ସରକାରଙ୍କ ଯୋଜନାର ହଡ଼ପ । ସମ୍ପୂର୍ଣ୍ଣ କପିପେଷ୍ଟ କରାଯାଇଛି । ଶୀତଳ ଭଣ୍ଡାର ପାଇଁ କୌଣସି ବ୍ୟବସ୍ଥା ନାହିଁ । ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ୨୦ କୋଟି, ସମୁଦ୍ରକୁ ଶଙ୍ଖେ ଭଳି । ବର୍ତ୍ତମାନ ସୁଦ୍ଧା ଇଟା ଖଣ୍ଡେ ବି ପଡିପାରିଲନି । ଓଡ଼ିଶାବାସୀଙ୍କୁ ମୌଳିକ ସେବା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ବଜେଟରେ କିଛିନାହିଁ । କେବଳ ନାଟକ କରିବା ପାଇଁ ଲୋକଙ୍କ ପାଖକୁ ଯିବେ ବିଜେଡି ନେତା ଓ ମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼