Masthead

ରାହୁଲଙ୍କ ସାଇକେଲ ମାର୍ଚ୍ଚ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପେଗାସସ ଭାଇରସ୍ ମାମଲାରେ ବିରୋଧୀଙ୍କ ସହିତ ଏବେ ସହଯୋଗୀ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ କରିବା ଆରମ୍ଭ କଲେଣି । ମୌସୁମୀ ଅଧିବେଶନକୁ ପେଗାସସ ଝଡ ଘାରିଥିବାବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମିଳିତ ହୋଇଥିଲେ ବିରୋଧୀ । ରାହୁଲ ଗାନ୍ଧୀଙ୍କ ବାସଭବନରେ ୧୪ଟି ଦଳର ନେତା ଏକାଠି ହୋଇ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଇକେଲରେ ପାଲାମେଣ୍ଟ ଯାଇଥିଲେ । ଦେଶରେ ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ରାହୁଲ ସାଇକେଲରେ ପାର୍ଲାମେଣ୍ଟ ଯାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ତେବେ ବୈଠକରେ ଆପ୍ ଯୋଗଦେବ ବୋଲି ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଉପସ୍ଥିତ ନଥିଲା । ମୋଦି ସରକାର ବିରୋଧରେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ କହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂସଦକୁ ଚଳାଇ ନଦେବା ଲୋକତନ୍ତ୍ରର ପରମ୍ପରା ନୁହେଁ । କେନ୍ଦ୍ର ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ପାଇଁ ଗୃହରେ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରୁନି । ପ୍ରତ୍ୟେକ ଦିନ ଗୃହକର୍ଯ୍ୟ ଆରମ୍ଭରୁ ପେଗାସସ ପାଇଁ ସରକାରଙ୍କୁ ଘେରୁଛନ୍ତି ବିରୋଧୀ। କେନ୍ଦ୍ର ସରକାର ଗୃହରେ ଗୋଟିଏ ପରେ ଗୋଟିଏ ବିଲ୍ ପାସ୍ କରିଚାଲିଥିବାବେଳେ ବିରୋଧୀଙ୍କୁ ଗୁରୁତ୍ୱ ଦେଉନାହାନ୍ତି।

ସଙ୍ଗୀନ ଘଟଣାକୁ ହାଲୁକା ଭାବେ ସରକାର ନେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧ ପରେ ବି କାହିଁକି ଏହାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ ବିରୋଧୀଙ୍କ ସ୍ୱରରେ ତାଳ ମିଳାଇଛନ୍ତି ସହଯୋଗୀ। ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏର ସହଯୋଗୀ ନୀତୀଶ କୁମାର ସରକାରଙ୍କୁ ଘେରିଛନ୍ତି। ଜେଡିୟୁ ମୁଖ୍ୟ ନୀତିଶ କୁମାର ପାର୍ଲାମେଣ୍ଟରେ ଆଲୋଚନା ହେବା ଆବଶ୍ୟକ ବୋଲି କହିଛନ୍ତି । ଏନଡିଏର ସହଯୋଗୀ ଥାଇ ନୀତିଶଙ୍କ ସମର୍ଥନ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା