ହାଥରାସ ପୀଡ଼ିତାଙ୍କୁ ନ୍ୟାୟ ଦିଅ, ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦିଅ

ସତ୍ୟବାଦୀ, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ତେଜିଲା ଉତ୍ତରପ୍ରଦେଶ ହାଥରାସ ଗଣବଳାତ୍କାର ତାତି । ଗଣବାଳତ୍କାର ପରେ ହତ୍ୟାର ଶିକାର ହୋଇଥିବା ହାଥରାସର ୧୯ ବର୍ଷୀୟ ଯୁବତୀଙ୍କୁ ନ୍ୟାୟ ଓ ତୁରନ୍ତ ଅପରାଧୀମାନଙ୍କୁ ଦଣ୍ଡିତ କରିବା ଦାବିରେ ଶୁକ୍ରବାର ସନ୍ଧ୍ୟାରେ ସତ୍ୟବାଦୀ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ଛାତ୍ର ବିଜେଡି ସଦସ୍ୟମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାରାବାଜି କରିଥିଲେ । ପରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ।

ଉତ୍ତରପ୍ରଦେଶ ହାଥରାସ ଘଟଣା ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୀଡ଼ିତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ନ କରି ପ୍ରଶାସନ ରାତିଅଧିଆ ସତ୍କାର କରିବାକୁ ନେଇ ନାନା ସନ୍ଦେହ ସୃଷ୍ଟି କରିଛି । ପ୍ରମାଣ ନଷ୍ଟ କରି ଘଟଣାକୁ ଚାପିଦେବାକୁ ୟୁପି ପ୍ରଶାସନ ଉଦ୍ୟମ କରିଛି ବୋଲି ଛାତ୍ର ବିଜେଡି ଅଭିଯୋଗ କରିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି, ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ପୋଲିସ ସେମାନଙ୍କୁ ନ ଛାଡ଼ିବା, ରାହୁଲ ଗାନ୍ଧିଙ୍କୁ ଧକ୍କା ମାରି ତଳେ ପକାଇବା, ଅନ୍ୟ କର୍ମକର୍ତ୍ତାଙ୍କୁ ଲାଠିରେ ଆକ୍ରମଣ କରିବା, ଖବର ପ୍ରସାରଣରେ ଗଣମାଧ୍ୟମକୁ ବାଧା ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ।

ଏହା ଗଣତନ୍ତ୍ରର ହତ୍ୟା ବୋଲି ସେମାନେ ଅଭିଯୋଗ କରିଥିଲେ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତା ସଭାପତି ବିଶ୍ଵଜିତ ପରିଡ଼ାଙ୍କ ନେତୃତ୍ୱରେ ଅନେକ ଛାତ୍ରନେତା ଏଥିରେ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ