Masthead

କୋଇଲା ଚୋରିରେ କୁନି ପିଲା

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଧାମରା ଆଦାନୀ କମ୍ପାନୀରୁ ଟ୍ରେନଯୋଗେ ଆସୁଥିବା କୋଇଲାକୁ କିଛି କୋଇଲା ମାଫିଆମାନେ ଲୋକମାନଙ୍କୁ ଲଗାଇ ଚଳନ୍ତା ଟ୍ରେନରୁ ଚୋରିକରି ଶାଗମାଛ ଦରରେ କିଣି ଅନ୍ୟ ଜିଲ୍ଲାରେ ଚଢା ଦରରେ ବିକ୍ରି କରିଥାନ୍ତି। ଏମିତି ଘଟଣା ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଣିପୁର ପଞ୍ଚାୟତରେ। ଏ ବିଷୟରେ ବାଂଶଡା ଓ ପୀରହାଟ ପୋଲିସ ଖବର ଜାଣିବା ପରେ ବ୍ଲୁପ୍ରିଣ୍ଟ ତିଆରି କରି କୋଇଲା ମାଫିଆମାନଙ୍କ ଗାଡ଼ି ଧରିବା ଏବଂ ଆରେଷ୍ଟ କରୁଥିବାବେଳେ ମାଫିଆମାନେ ନୂଆ ତରିକା ଆପଣାଇଛନ୍ତି ।

ପୋଲିସ ଡାଳେଡାଳେ ଯାଉଥିବାବେଳେ କୋଇଲା ମାଫିଆ ପତରେ ପତରେ ଯାଉଥିବା ଦେଖିବାକୁ ମିଳିଛି। କୋଇଲା ମାଫିଆମାନଙ୍କ ନଜର ଏବେ ଛୋଟ ଛୋଟ ସ୍କୁଲରେ ପଢ଼ୁଥିବା ପୁଅ ଓ ଝିଅ ପିଲାମାନଙ୍କ ଉପରେ। ସେମାନଙ୍କୁ ଟଙ୍କାର ଲୋଭ ଦେଖାଇ ସାଇକେଲରେ କୋଇଲା ବୁହାଉଥିବା ଦେଖିବାକୁ ମିଳୁଛି। ପିଲାମାନଙ୍କୁ ଗୋଟିଏ କୋଇଲା ବସ୍ତାକୁ ୫୦ଟଙ୍କା ଦିଅନ୍ତି । ଦିନକୁ ସେମାନେ ୬ରୁ୭ବସ୍ତା କୋଇଲା ସାଇକେଲରେ ଆଣି କୋଇଲା ମାଫିଆ ମାନଙ୍କ କହିଥିବା ଠିକଣା ଜାଗାରେ ପକାଇଥାନ୍ତି । ସେହି କୋଇଲାକୁ ରାତିରେ ପିକପ୍ ଓ ଟ୍ରକ ସାହାଯ୍ୟରେ ଅନ୍ୟ ଜିଲ୍ଲାକୁ ବିକ୍ରି କରାଯାଇଥାଏ ।

ଏଥିରେ ଛୋଟ ଛୋଟ ପିଲାମାନଙ୍କ ହାତରେ ଟଙ୍କା ଧରାଇ ସେମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି କୋଇଲା ମାଫିଆମାନେ । ଏ ବିଷୟରେ ତଦନ୍ତ କରାଯାଇ ଛୋଟ ଛୁଆମାନଙ୍କ ଭବିଷ୍ୟତ ସହିତ ଖେଳୁଥିବା କୋଇଲା ମାଫିଆମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ