Masthead

ଏସସିବିରେ ଅଘଟଣ, ଛାତରୁ ଡେଇଁ ରୋଗୀ ମୃତ

କଟକ (ବଡ଼ ଖବର ବ୍ୟୁରୋ): କଟକ ଏସସିବି ମେଡିକାଲ କୋଭିଡ ହସ୍ପିଟାଲ ରେ ଅଘଟଣ। ଆଖି ବିଭାଗ ଉପରେ ଥିବା ୪ର୍ଥ ମହଲା ଉପର କୋଭିଡ ଓ୍ବ।ର୍ଡର ଝରକା ଉପରୁ ଜଣେ କରୋନା ରୋଗୀ ଖସିପଡ଼ି ରୋଗରଙ୍କ ମୃତ୍ୟୁ ଘଟିଛି । ତେବେ ସେ ରୋଗୀ ଜଣକ ଆତ୍ମହତ୍ୟା ଉଦ୍ୟମ କରି ଡେଇଁପଡିଥିଲେ କି ଅନ୍ୟ କୈାଣସି କାରଣ ତାହା ସ୍ପଷ୍ଟ ହୋଇନାହିଁ। ଚାରି ମହଲା ଉପରୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ସଂଗେ ସଂଗେ ମେଡିକାଲ ସୁରକ୍ଷାକର୍ମୀ ତାଙ୍କୁ ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘର ମୟୁରଭଞ୍ଜ ଅଞ୍ଚଳରେ । କରୋନା ପଜିଟିଭ ପରେ ବୁଧବାର ଦିନ ତାଙ୍କୁ ଏସସିବି କୋଭିଡ ଓ୍ବ।ର୍ଡରେ ଭର୍ତ୍ତି କରାଯାଇଥିଲା।

ଗତ ମଙ୍ଗଳବାର ଦିନ ମଧ ଏହି ଓ୍ବ।ର୍ଡରେ ଜଣେ କରୋନା ବୃଦ୍ଧ ରୋଗୀ ପାଇଖାନା ଭିତରେ ପ୍ରାଣ ହରାଇଥିଲେ ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏହି ପରି ଘଟଣା କଟକ ବଡ଼ ମେଡ଼ିକାଲ କୋଭିଡ୍ ଓ୍ବାର୍ଡରେ ବାରମ୍ବାର ଘଟୁଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି କନ୍ନପାତ କରୁନଥିବା ସାଧାରଣ ଲୋକମାନେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ