Masthead

ହେଲ୍ପ ବଡ଼ ଖବର ଅଭିଯାନ ଶୁଭାରମ୍ଭ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ହେଲ୍ପ ବଡ଼ ଖବର ଅଭିଯାନ । ଏହାର ଶୁଭାରମ୍ଭ ହେବ ମହାପ୍ରଭୁଙ୍କ ଆଶିଷରୁ ଶ୍ରୀକ୍ଷେତ୍ର ପୁରୀରୁ । ଗଣତନ୍ତ୍ରର ସୁରକ୍ଷା ପାଇଁ, ନିରପେକ୍ଷ ସାମ୍ବାଦିକତା ପାଇଁ ବଡ ଖବରକୁ ସାହାଯ୍ୟ କରିବାକୁ ନିବେଦନ । ଆଜି ଅପରାହ୍ନ ୪ଟାରେ ବଡ଼ ଖବର ଟିମ୍ ପହଞ୍ଚିବ ପୁରୀର ରାଜନଅର ସାମ୍ନାରେ । ବଡ ଠାକୁରଙ୍କ ସାମ୍ନାରେ ବଡଦାଣ୍ଡରେ ଆପଣଙ୍କ ଆଶୀର୍ବାଦ ଚାହିଁବ ବଡ଼ ଖବର ।

ଆପଣଙ୍କ ଚ୍ୟାନେଲ ବଡ଼ ଖବରକୁ ବଢାଇବେ ସହାୟତାର ହାତ । ଶ୍ରୀଜଗନ୍ନାଥଙ୍କ କୃପାରୁ ବଡ଼ ଖବର ଆଗକୁ ବଢୁଛି । ଓଡ଼ିଶାର ସ୍ୱାର୍ଥ ପାଇଁ ଏକମାତ୍ର ଗଣମାଧ୍ୟମ ଭାବେ କାମ କରୁଛି । ଏହି ଚ୍ୟାନେଲ ଚଲାଇବାକୁ ଅର୍ଥର ଆବଶ୍ୟକତା ରହିଛି । ସେଥିପାଇଁ ହେଲ୍ପ ବଡ଼ ଖବର ଅଭିଯାନର ପରିକଳ୍ପନା ହୋଇଛି । ରାଜ୍ୟର ବିଭିନ୍ନ ସହରକୁ ଯାଇ ଲୋକଙ୍କଠାରୁ ସହେଯାଗ ଚାହୁଁଛି ବଡ଼ ଖବର । ଏହା ପୂର୍ବରୁ ବଡ଼ ଖବରର ଆକାଉଣ୍ଟ ନମ୍ବର ମଧ୍ୟ ଜାରି ହୋଇଥିଲା । ଆପଣ ବଡ଼ ଖବର ଆକାଉଣ୍ଟରେ ମଧ୍ୟ ସହାୟତା ରାଶି ପଠାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ