Masthead

ଭାରତରେ ବଢ଼ିବ ଗ୍ରୀଷ୍ମ ପ୍ରବାହ ଓ ବାତ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ବଢିବ ଗ୍ରୀଷ୍ମ ପ୍ରବାହ ଓ ବାତ୍ୟା । ବିଶ୍ୱ ଜଳବାୟୁ ପରିବର୍ତନ କମିଟିର ଚେତାବନୀ । ଜଳବାୟୁ ପରିବର୍ତନ ଯୋଗୁଁ ବିଶ୍ୱ ତାପମାତ୍ରା ଉପରେ ପ୍ରଭାବ ପଡିବ । ଏହାକୁ ଏକ ରିପୋର୍ଟ ସାମ୍ନାକୁ ଆସିଛି । ୨୦୩୦ ସୁଦ୍ଧା ପୃଥିବିର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି । ଜାତିସଂଘର ଜଳବାୟୁ ପରିବର୍ତ୍ତନ ପ୍ୟାନେଲର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ବିଶ୍ୱ ପାଇଁ ଲାଲ ସଂକେତ ବୋଲି ସତର୍କ କରାଯାଇଛି । ଏବେଠାରୁ ହିଁ ବିଶ୍ୱର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

୧୯୦୧ରୁ ୨୦୧୮ ଭିତରେ ବିଶ୍ୱରେ ସମୁଦ୍ର ପତନ ହାରାହାରି ୦.୨୦ ମିଟର ବୃଦ୍ଧି ପାଇଛି । ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ପ୍ୟାନେଲ୍ ସୋମବାର ଏହି ରିପୋର୍ଟ ପ୍ରଦାନ କରିଛି । ୧୯୫ ଦେଶର ବୈଜ୍ଞାନିକଙ୍କ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଭାରତ ମଧ୍ୟ ରହିଛି । ବୈଜ୍ଞାନିକ ମାନେ ଇକୋ ସିଷ୍ଟମ ଓ ସାରା ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନର ଜଳବାୟୁ ନେଇ ଯାଂଚ କରିଥିଲେ । ବୈଜ୍ଞାନିକଙ୍କ ତଥ୍ୟ, ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ସମସ୍ୟା ସବୁ ଭବିଷ୍ୟତରେ ଦେଖାଦେବାର ଥିଲା ତାହା ଏବେଠାରୁ ଦେଖାଦେଲାଣି ।

ପୂର୍ବରୁ କୁହାଯାଉଥିଲା ୨୦୪୦ ସୁଦ୍ଧା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ବଢିବ, ହେଲେ ଏବେ କୁହାଯାଉଛି ଯେ, ୨୦୩୦ ସୁଦ୍ଧା ମାନେ ୧୦ ବର୍ଷ ଆଗୁଆ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇଯିବ । ବିଶ୍ୱକୁ ୧୧ଟି ଅଂଚଳରେ ଭାଗ କରି ଜଳବାୟୁ ପରିବର୍ତନ ଓ ଏହାର ପ୍ରଭାବ ଉପରେ ଆକଳନ କରାଯାଉଛି । ବାରମ୍ବାର ବନ୍ୟା ଆସିବା ସହ ଗରମ ବଢିବ, ଶୀତ ମଧ୍ୟ କମ ହେବ । ବରଫ ତରଳିବ ଏବଂ ଉପକୂଳ ବୁଡିବ । ଭୟଙ୍କର ପରିଣତି ଭୋଗିବେ ବିଶ୍ୱବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ