Masthead

ଭାରତରେ ବଢ଼ିବ ଗ୍ରୀଷ୍ମ ପ୍ରବାହ ଓ ବାତ୍ୟା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ବଢିବ ଗ୍ରୀଷ୍ମ ପ୍ରବାହ ଓ ବାତ୍ୟା । ବିଶ୍ୱ ଜଳବାୟୁ ପରିବର୍ତନ କମିଟିର ଚେତାବନୀ । ଜଳବାୟୁ ପରିବର୍ତନ ଯୋଗୁଁ ବିଶ୍ୱ ତାପମାତ୍ରା ଉପରେ ପ୍ରଭାବ ପଡିବ । ଏହାକୁ ଏକ ରିପୋର୍ଟ ସାମ୍ନାକୁ ଆସିଛି । ୨୦୩୦ ସୁଦ୍ଧା ପୃଥିବିର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି । ଜାତିସଂଘର ଜଳବାୟୁ ପରିବର୍ତ୍ତନ ପ୍ୟାନେଲର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ବିଶ୍ୱ ପାଇଁ ଲାଲ ସଂକେତ ବୋଲି ସତର୍କ କରାଯାଇଛି । ଏବେଠାରୁ ହିଁ ବିଶ୍ୱର ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

୧୯୦୧ରୁ ୨୦୧୮ ଭିତରେ ବିଶ୍ୱରେ ସମୁଦ୍ର ପତନ ହାରାହାରି ୦.୨୦ ମିଟର ବୃଦ୍ଧି ପାଇଛି । ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ପ୍ୟାନେଲ୍ ସୋମବାର ଏହି ରିପୋର୍ଟ ପ୍ରଦାନ କରିଛି । ୧୯୫ ଦେଶର ବୈଜ୍ଞାନିକଙ୍କ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଭାରତ ମଧ୍ୟ ରହିଛି । ବୈଜ୍ଞାନିକ ମାନେ ଇକୋ ସିଷ୍ଟମ ଓ ସାରା ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନର ଜଳବାୟୁ ନେଇ ଯାଂଚ କରିଥିଲେ । ବୈଜ୍ଞାନିକଙ୍କ ତଥ୍ୟ, ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯେଉଁ ସମସ୍ୟା ସବୁ ଭବିଷ୍ୟତରେ ଦେଖାଦେବାର ଥିଲା ତାହା ଏବେଠାରୁ ଦେଖାଦେଲାଣି ।

ପୂର୍ବରୁ କୁହାଯାଉଥିଲା ୨୦୪୦ ସୁଦ୍ଧା ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ବଢିବ, ହେଲେ ଏବେ କୁହାଯାଉଛି ଯେ, ୨୦୩୦ ସୁଦ୍ଧା ମାନେ ୧୦ ବର୍ଷ ଆଗୁଆ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇଯିବ । ବିଶ୍ୱକୁ ୧୧ଟି ଅଂଚଳରେ ଭାଗ କରି ଜଳବାୟୁ ପରିବର୍ତନ ଓ ଏହାର ପ୍ରଭାବ ଉପରେ ଆକଳନ କରାଯାଉଛି । ବାରମ୍ବାର ବନ୍ୟା ଆସିବା ସହ ଗରମ ବଢିବ, ଶୀତ ମଧ୍ୟ କମ ହେବ । ବରଫ ତରଳିବ ଏବଂ ଉପକୂଳ ବୁଡିବ । ଭୟଙ୍କର ପରିଣତି ଭୋଗିବେ ବିଶ୍ୱବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି