ରାଜଧାନୀରେ ଯୁବତୀଙ୍କୁ ଏସିଡ ମାଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀର ଛାତି ଉପରେ ଜଘନ୍ୟ କାଣ୍ଡ । ଜଣେ ଯୁବତୀଙ୍କ ଉପରକୁ ହୋଇଛି ଏସିଡ ମାଡ । ପ୍ରେମ କରୁଥିଲେ  । ଆଜି ପାଗଳ ପରି ହେଉଛନ୍ତି  । ଅର୍ଥାତ ପ୍ରେମିକ ଘଟାଇଛି ଉନ୍ମତ୍ତ କାଣ୍ଡ । ଯାହାଙ୍କୁ ଭଲ ଫାଉଥିଲେ, ତାଙ୍କୁ ମାରି ଦେବାର ପ୍ରୟାସ  । ପ୍ରେମରେ ବିଫଳ ହେବା ପରେ ଯୁବତୀଙ୍କୁ କରିଛନ୍ତି ଏସିଡ ମାଡ଼ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ସଙ୍କଟାପନ୍ନହେବାରୁ ତାଙ୍କୁ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଯୁବକଜଣକ ଫେରାର ହୋଇଯାଇଛି । ଏସିଡ ମାଡ଼ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନି।

ଭୁବନେଶ୍ୱର ଧଉଳି ଥାନା ବାଲିଆପଡା ଗାଁରେ ଏହି ଘଟଣା ଘଟିଥିବା ଜଣାଯାଇଛି । ପୁଲିସ୍‌ର ପ୍ରାଥମିକ ସୂଚନା ଅନୁଯାୟୀ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ । ତେବେ କେଉଁ କାରଣରୁ ଯୁବକଜଣକ ଯୁବତୀଙ୍କ ଉପରକୁ ଏସିଡ ମାଡ଼ କଲେ ତାହା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଧଉଳି ଥାନା ପୁଲିସ୍‌ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ